Latest Odisha News

BREAKING NEWS

ଅଣ୍ଡା ଠାରୁ ଅଧିକ ପ୍ରୋଟିନ୍‌ ଏହି ୩ଟି ଖାଦ୍ୟ

ସୁସ୍ଥ ଶରୀର ପାଇଁ ସଠିକ ପରିମାଣରେ ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌‌ । ନଚେତ୍‌ ଶରୀର ଦୁର୍ବଳ ଲାଗିବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଅନେକ ଲୋକଙ୍କ ଧାରଣା ରହିଥାଏ  ଅଣ୍ଡାରେ ଅଧିକ ପ୍ରୋଟିନ୍‌ ରହିଛି । ସେହିପରି କେତେକ ପନିପରିବା ରହିଛି, ଯେଉଁଥିରେ ଅଣ୍ଡା ଠାରୁ ମଧ୍ୟ ଅଧିକ ପ୍ରୋଟିନ୍‌‌ ରହିଛି । ଏହି ସମସ୍ତ ପନିପରିବାକୁ ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରି ପାରିବେ। ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଜାଣନ୍ତୁ ସେହି ୩ଟି ପନିପରିବା ବିଷୟରେ..
ସବୁଜ ମଟରରେ ଆବଶ୍ୟକୀୟ ମିନେରାଲ୍ସ, ମାଗ୍ନେସିୟମ, ଫୋଲେଟ, ଜିଙ୍କ ଓ ଆଇରନ ରହିଛି । ଏହା ଫ୍ୟାଟ୍‌‌ ଓ କୋଲେଷ୍ଟ୍ରଲ୍‌‌ ସ୍ତରକୁ ହ୍ରାସ କରିଥାଏ । ଖରାଦିନେ ଏଥିରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପିଲାଙ୍କୁ ଖୁଆଇବା ନିତାନ୍ତ ଆବଶ୍ୟକ ।

ପୋଷକ ତତ୍ତ୍ୱରେ ଭରପୁର ପାଳଙ୍ଗ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏଥିରେ ଭିଟାମିନ ଏ, ସି, ଆଇରନ ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ ।

ତେବେ ଫୁଲ କୋବି ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ । ପ୍ରୋଟିନରେ ଭରପୁର ଫୁଲକୋବି ଓ ବ୍ରୋକଲି । ଏହାର ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ଅଳ୍ପ ଫ୍ୟାଟ୍‌‌ ଓ କ୍ୟାଲୋରୀ ଥିବାରୁ ଓଜନ ବୃଦ୍ଧିର ମଧ୍ୟ ସମ୍ଭାବନା ନଥାଏ । କୋବିରେ ମାଗ୍ନେସିୟମ, ପୋଟାସିୟମ, ଭିଟାମିନ କେ ରହିଛି। ଏହା କର୍କଟ ଭଳି ମାରାତ୍ମକ ରୋଗ ସହ ଲଢେଇ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Leave A Reply

Your email address will not be published.