ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଶାସ୍ତ୍ରମାନଙ୍କରେ ଏତେ ହୋଇଛି ଯେ ତାହା ଆଲୋଚନା କଲେ ଅନେକ ଦିନ ଚାଲିଯିବ। ତଥାପି କିଛି ମୂଖ୍ୟ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ବିଷୟରେ ଆଲୋଚନା ଜାରି ରଖିବାକୁ ମନସ୍ତ କରି ପ୍ରଥମେ ସନ୍ଥ ତୁଳସୀ ଦାସଙ୍କ ରାମଚରିତ ମାନସ ସେହି ଦୋହା ।
“ଅତି ଦୁର୍ଲ୍ଲଭ କୈବଲ୍ୟ ପରମପଦ
ବେଦ ପୁରାଣ ନିଗମ ଆଗମ ବଦ ।
ରାମ ଭଗତି ସୋୟି ସୁଲଭ ଗୋସାଇଁ
ଅନଇଚ୍ଛତ ଆବହି ବରି ଆଇଁ । ”
ଅର୍ଥାତ କୈବଲ୍ୟ ମହିମା ପ୍ରତ୍ୟେକ ବେଦ ପୁରାଣ ନିଗମ ଆଗମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ରାମଙ୍କ ଭକତି ସୁଲଭ ହୋଇପାରେ କିନ୍ତୁ କୈବଲ୍ୟ ପ୍ରାପ୍ତି ଅତ୍ୟନ୍ତ ଦୁର୍ଲ୍ଲଭ ଅଟେ। ଏହି ବିଷୟରେ ଆଲୋଚନା ସମୟରେ ଆଉ ଏକ ଆଶ୍ଚର୍ଯ୍ୟକର ବ୍ୟାଖ୍ୟା ଆମ ସାମନାକୁ ଆସିଥିଲା । ତାହା ହେଉଛି ଶ୍ରୀଜୀଉମାନଙ୍କୁ ଲାଗି ହେଉଥିବା ସମସ୍ତ ପଦାର୍ଥ ମଧ୍ଯ ଉଲାଗି ହେବା ପରେ ନିର୍ମାଲ୍ୟ ପାଲଟି ଯାଆନ୍ତି ଯଥା :-
“ମଣିମୁକ୍ତା ସୁବର୍ଣ୍ଣlଦି ଦେବୈ ଦତ୍ତlନି ଯାନିବୈ, ତନିର୍ମାଲ୍ୟଂ ଦ୍ୱାଦଶାଦ୍ଧେ ତାମ୍ରପାତ୍ରଂ ତଥେବ ଚ,
ପଟୀଶାଟୀ ତତକ୍ଷଣ ତୋବୈ ନୈବେଦ୍ୟମ ଦତ୍ତମାତ୍ରେତଃ ମୋଦକଂ କୃଶରଞ୍ଚବ ଯାମାର୍ଦ୍ଦେନ ମାହେଶ୍ୱରୀ “(ବୃହଦ ତନ୍ତ୍ରସାରଦ ) ।
ଅର୍ଥାତ ମଣି ମୁକ୍ତା ସୁନା ତମ୍ବା ଇତ୍ୟାଦି ଶ୍ରୀଜୀଉମାନଙ୍କୁ ଅର୍ପଣ ହେବାର ବାରବର୍ଷ ପରେ, ପାଟଶାଢ଼ୀ ଓ ଅଙ୍ଗ ବସ୍ତ୍ର ଛଅ ମାସରେ, ତିଳ ତଣ୍ଡୁଳ ଅର୍ଦ୍ଧ ପ୍ରହର ପରେ, କିନ୍ତୁ ଅନ୍ନ ବ୍ୟଞ୍ଜନ ଅର୍ପିତ ହେବା ସଙ୍ଗେ ସଙ୍ଗେ ନିର୍ମାଲ୍ୟ ରେ ପରିଣତ ହୋଇଥାଏ। ଦୁଗ୍ଧ ଦହି ମୁହୂର୍ତ୍ତକ ମଧ୍ୟରେ, ତମ୍ବୁଳ ଦେବା ମାତ୍ରକେ, ଘିଅ ଏକ ପ୍ରହର ପରେ ନିର୍ମାଲ୍ୟରେ ପରିଣତ ହୋଇଥାଏ । ଏହିପ୍ରରିପ୍ରେକ୍ଷୀରେ ଆଉ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଅଭିମତ ଦୃଷ୍ଟିକୁ ମଧ୍ଯ ଆସିଥାଏ । ତାହା ହେଉଛି ତନ୍ତ୍ରମତରେ ଶ୍ରୀଜଗନ୍ନାଥ ଭୈରବ ଓ ମା ବିମଳାଙ୍କୁ ଭୈରବୀ ହିସାବରେ ଜ୍ଞାନ କରି ଶାରଦୀୟ ପୂଜାସମୟରେ ମହାସପ୍ତମୀ, ମହାଅଷ୍ଟମୀ ଓ ମହାନବମୀରେ ଅର୍ପିତ ହେଉଥିବା ଆମିଷ (ବଳି ମାଂସ ସହିତ ମାଛ ଇତ୍ୟାଦି )କୁ ମଧ୍ଯ ମହାପ୍ରସାଦ ଭାବେ ଗ୍ରହଣ କାରାଯାଏ। କେହି କେହି ଏହାକୁ ମା (ବିମଳା )ଙ୍କୁ ସମର୍ପିତ ହୋଇଥିବାରୁ ମା, ପ୍ରସାଦ ବୋଲି ଅଭିହିତ କରନ୍ତି। ତେଣୁ ଏହି ଆମିଷ ଭୋଗ କେବଳ ମା, ପ୍ରସାଦ କି ସତରେ ମହାପ୍ରସାଦ ତାହା ତର୍କର ବିଷୟ ଅଟେ। ଆଗାମୀ ଅଧ୍ୟାୟରେ ଆହୁରି କିଛି ଏପରି ତର୍କ ପରିସର ଭୁକ୍ତ ବିଷୟ ଆଲୋଚନା କରିବା ବଳରାମ ଦାସଙ୍କ ଲଷ୍ମୀ ପୁରାଣ ଆଧାରିତ ବିଷୟ ମଧ୍ଯ ଆଲୋଚନା କରିବା। କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ଉରଗ ଗିଳିଛି ଯାହାକୁ
ସେ କାହିଁ ରଖିବ ଆନକୁ ।
ଈଶ୍ୱର କ୍ରୀଡା ଏ ଜଗତ
ପ୍ରାଣୀଏ ଈଶ୍ୱର ଆୟତ୍ତ ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )