Latest Odisha News

BREAKING NEWS

ହାତୀକୁ ମାରି ଫାର୍ମ ହାଉସ୍‌ରେ ପୋତିଥିବା ଅଭିଯୋଗ;ମାଲିକ ସହ ୩ ଅଟକ

ଢେଙ୍କାନାଳ: ହିନ୍ଦୋଳର ଏକ ଫାର୍ମହାଉସ୍‌ ରେ ହାତୀକୁ ମାରି ପୋତିଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ କରିଛି । ସୂଚନାଥାଉକି, ହିନ୍ଦୋଳ ଏନ୍‌ଏସିର ୧୪ନମ୍ବର ୱାର୍ଡର ଚରଣପୁରଠାରେ କୁବେର ରାଜଙ୍କ ଚାରି ଏକର ଜମିରେ ଫାର୍ମ ହାଉସ୍‌ ରହିଛି। ଏହି ଫାର୍ମ ହାଉସ୍‌ରେ ଏକ ହାତୀକୁ ପୋତି ଦିଆଯାଇଥିବା ନେଇ ବନ ବିଭାଗ ଖବର ପାଇବା ପରେ ଆଜି (ରବିବାର) ଚଢ଼ାଉ କରିଥିଲା। ସୋମବାର ଏହି ସ୍ଥାନକୁ ଖୋଳାଯିବ। ଏବେ ବନ ବିଭାଗ ଫାର୍ମ ହାଉସ୍‌ ସିଲ୍‌ କରିଛି । ଏପଟେ ଫାର୍ମ ହାଉସ୍‌ ର ମାଲିକଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି।

ଖବରମୁତାବକ, ଫାର୍ମ ହାଉସ୍‌ ମାଲିକ କୁବେର ରାଜ, କୁନୁ ଭୂତିଆ ଓ ରାଜୁ ଚୌଧୁରୀକୁ ହିନ୍ଦୋଳ ବନବିଭାଗ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରିଥିଲା।

ହିନ୍ଦୋଳ ରେଞ୍ଜ ଅଧିକାରୀ ତ୍ରିଲୋଚନ ଦେହୁରୀ କହିଛନ୍ତି ଯେ, ଫାର୍ମ ହାଉସ୍‌ ମାଲିକ ହାତୀକୁ ପୋତିଥିବା ସ୍ବୀକାର କରିବା ସହ ସେହି ସ୍ଥାନ ଦେଖାଇଥିଲେ। ସନ୍ଧ୍ୟା ହୋଇଯିବାରୁ ଖୋଳା ଯାଇନି। ସେଠାରେ ବନ ବିଭାଗର ବରି‌ଷ୍ଠ ଅଧିକାରୀମାନେ ଜଗି ରହିବା ସହ ସମଗ୍ର ଫାର୍ମହାଉସ୍‌କୁ ସିଲ୍‌ କରିଛନ୍ତି। ସୋମବାର ସକାଳେ ଜେସିବିରେ ଖୋଳାଯାଇ ହାତୀର ମୃତଦେହ ବାହାର କରାଯିବ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଫାର୍ମ ହାଉସ୍‌ ଚତୁଃପାର୍ଶ୍ଵରେ ସୋଲାର୍‌ ଲାଇଟ୍ ବ୍ୟବସ୍ଥା କରାଯିବା ସହ ସୌରବାଡ଼ ରହିଛି। ସେହି ସୋଲାର୍‌ କରେଣ୍ଟ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଛି । ବନ ବିଭାଗକୁ ନ ଜଣାଇ ତରବରିଆ ଭାବେ ପୋତି ଦେଇଛନ୍ତି ।

ସୂଚନାଥାଉକି, ସୌରବାଡ଼ ସଂସ୍ପର୍ଶରେ ଆସି ହାତୀଟି ମରିଛି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ବ୍ୟବଚ୍ଛେଦ ପରେ ଜଣାପଡ଼ିବ।

Comments are closed.