Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ସର୍ବ ପ୍ରଥମ ନୀତି ଦ୍ୱାରଫିଟା ସମ୍ପନ୍ନ ହେବା ପରେ ପରେ ଯେଉଁ ଆଳତି ହୋଇଥାଏ। ତାହାକୁ “ମଙ୍ଗଳ ଆଳତି “କହନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ ଦ୍ୱାରଫିଟା କାର୍ଯ୍ୟକ୍ରମ ସରୁଥିବାରୁ ଠିକ ବ୍ରାହ୍ମ ମୁହୂର୍ତ୍ତରେ ମଙ୍ଗଳମୟ ଶ୍ରୀଜୀଉମାନଙ୍କର ଯେଉଁ ପ୍ରଥମ ଆଳତି ହୋଇଥାଏ ତାହାହିଁ ହେଉଛି। ମଙ୍ଗଳ ଆଳତି, ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ସକାଳ 6ଘଣ୍ଟା ପୂର୍ବରୁ ଏହି ଆଳତି ସମ୍ପାଦନ ହେବା କଥା। ସାଧାରଣତଃ ଏହି ମଙ୍ଗଳ ଆଳତି ସମୟରେ ଦୁଇ ପ୍ରକାର ଆଳତି ହୋଇଥାଏ। କର୍ପୁର ଆଳତି ଓ ବତୀ ଆଳତି। ଶ୍ରୀମନ୍ଦିରରେ ଏହି ଦୁଇ ଆଳତି ସହିତ ଆଉ ଏକ ଆଳତି ହୁଏ ଯାହାକୁ ପିଷ୍ଟକ ଆଳତି କହନ୍ତି। ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ ମନ୍ଦିରରେ କେବଳ କର୍ପୁର ଆଳତି ଓ ବତୀ ଆଳତି ହୋଇଥାଏ। ଯେଉଁ ସବୁ ମନ୍ଦିର ରେ ତିନିଜଣ ପୂଜକ ଏକ ସାଙ୍ଗରେ ଆଳତି କରନ୍ତି। ସେଠାରେ ଏକାଠି ଆଳତି ଆରମ୍ଭ ହୋଇଥାଏ ଓ ପ୍ରଥମେ କର୍ପୁର ଆଳତି ପରେ ୫/୬ବତୀ ସଜାଇ ବତୀ ଆଳତି ହୋଇଥାଏ। କିନ୍ତୁ ଜଣେ ପୂଜକ ଆଳତି କରୁଥିଲେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କୁ। ତା’ପରେ ଶ୍ରୀଜଗନ୍ନାଥଙ୍କୁ ଓ ଦେବୀ ସୁଭଦ୍ରାଙ୍କୁ ଆଳତି ହୋଇଥାଏ। ଏହି ଆଳତି କାର୍ଯ୍ୟର ସମ୍ପୂର୍ଣ୍ଣ ବିଧି ସହ ମନ୍ତ୍ର ଆଲୋଚନା କରିବା ଆଗାମୀ ଅଧ୍ୟାୟମାନଙ୍କରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ତା ଜନ୍ମ ଧନ୍ୟ ଏ ସଂସାରେ
ଯେ ରହେ ପର ଉପକାରେ।
ସାଧୁ ଜନଙ୍କର ଏ ଗତି
କେହେ ଧର୍ମ ନ ଛାଡ଼ନ୍ତି।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.