Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୂଜକମାନଙ୍କ ବସିବା ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ପାଳନ ପାଇଁ ସମସ୍ତ ସାଜ ସରଞ୍ଜାମ ଏକାଠି କରିବା ପରେ ପୂଜକମାନଙ୍କ ବସିବା ବିଧି ମଧ୍ୟ ସ୍ୱତନ୍ତ୍ର ଭାବେ ଦର୍ଶାଯାଇଛି।

“ପୂର୍ବାଶାଭିମୁଖଂ ଦେବମୁତ୍ତରାଭିମୁଖ ଅର୍ଚ୍ଚୟେତ, ଦକ୍ଷିଣାଭିମୁଖଂ ଦେବଂ ପୂର୍ବାଶାଭିମୁଖ ଅର୍ଚ୍ଚୟେତ। ପଶ୍ଚିମାଭିମୁଖଂ ଦେବଂ ଦକ୍ଷିଣାଭିମୁଖ ଅର୍ଚ୍ଚୟେତ, ଉତ୍ତରାଭିମୁଖଂ ଦେବଂ ପଶ୍ଚିମାଭିମୁଖ ଅର୍ଚ୍ଚୟେତ।”

ଦେବତାଙ୍କ ମୁଖ ପୂଜକଙ୍କ ମୁଖ
—————— —————-
୧. ପୂର୍ବ ଉତ୍ତର
୨. ଦକ୍ଷିଣ ପୂର୍ବ
୩. ପଶ୍ଚିମ ଦକ୍ଷିଣ
୪. ଉତ୍ତର ପଶ୍ଚିମ

ଦେବତାଙ୍କ ଅବସ୍ଥାନ ଦିଗ ଜାଣିବା ପରେ ପୂଜକ ଉପରୋକ୍ତ ଦିଗକୁ ମୁହଁ କରି ବସିବେ। ସମସ୍ତ ସଂଗୃହୀତ ପଦାର୍ଥକୁ ପୂଜକ ଏପରି ଭାବରେ ରଖିବେ, ଯେପରି ନୀତି କରିବା ସମୟରେ କାହାରି ସାହାଯ୍ୟ ନନେଇ ସେଗୁଡ଼ିକୁ ବ୍ୟବହାର କରିପାରିବେ। ଅର୍ଥାତ ସମସ୍ତ ସଂଗୃହୀତ ପଦାର୍ଥ ନିଜ ସମ୍ମୁଖ ଭାଗରେ ହାତପାହାନ୍ତାରେ ରଖିବେ। ଅବକାଶ ନୀତି ସମୟରେ ପୂଜକ ହାତଘଣ୍ଟି ବ୍ୟବହାର କରିବେ ନାହିଁ। ପୂଜକ ନିଜ ଆସନରେ ବସି ବିଘ୍ନ ଉଚ୍ଚାରଣଠାରୁ ବହିମାତୃକା ପର୍ଯ୍ୟନ୍ତ ନ୍ୟାସ କରିବେ। ଆଗାମୀ ଅଧ୍ୟାୟରେ ଜାଣିବା ସମ୍ପୂର୍ଣ ରୀତିନୀତି, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଶ୍ରଦ୍ଧା ବିହୀନେ ଯେହୁ ପାଳେ
ଅଧମ ପୁତ୍ର ସେ ଶୟଳେ
ପିତାଙ୍କୁ ଲଂଘେ ଯେ ଅଜ୍ଞାନ
ସେ ପିତା ମଳ ମୂତ୍ର ଜାଣ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.