Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ତ୍ରିବିକ୍ରମଙ୍କ ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚାରି ଦିଗରେ ପାର୍ଶ୍ଵ ଦେବତା ପୂଜାରେ ବର୍ତ୍ତମାନ ଉତ୍ତର ଦିଗ ପାର୍ଶ୍ଵ ଦେବତା ବାମନ ଅବା ତ୍ରିବିକ୍ରମଙ୍କ ପୂଜା ବିଧି ଆଲୋଚନା କରିବା। ସବୁ ପାର୍ଶ୍ଵ ଦେବତାଙ୍କ ପୂଜା ଭଳି ପୂଜକ ଏଠାରେ ମଧ୍ୟ ନିଜ ବାହ୍ୟ ଶୁଦ୍ଧି ସହ ଅନ୍ତର ଶୁଦ୍ଧି କାର୍ଯ୍ୟ ଠିକରେ ସମ୍ପନ୍ନ କରି ଆସନ ପାତି ବସିବେ। ପୂଜା ନିମିତ୍ତ ସମସ୍ତ ଦ୍ରବ୍ୟ ନିଜ ସମ୍ମୁଖରେ ରଖି ଏହି ମନ୍ତ୍ର ଗାନ କରିବେ। “ଓଁ ଅସ୍ୟ ଶ୍ରୀ ଦଧିବାମନ ମନ୍ତ୍ରସ୍ୟ, ଇନ୍ଦୁ ଋଷି, ବିରାଟ ଛନ୍ଦ ଦଧି ବାମନ ଦେବତା ପୂଜନେ ବିନିଯୋଗ। ଏହା ପରେ ଆସନ ପାଦାସନ ଅର୍ଘ୍ୟ ପୁଷ୍ପ ଇତ୍ୟାଦି ପ୍ରଦାନ କରିବେ। ଯଥା :- ଓଁ ତ୍ରିବିକ୍ରମାୟନମଃ, ଗନ୍ଧଂ ନମଃ, ପୁଷ୍ପାଣି ବୌଷଟ ଅଥବା ଓଁ ବାମନାୟ। ନମଃ, ଗନ୍ଧଂ ନମଃ, ପୁଷ୍ପାଣି ବୌଷଟ ଚାହିଁଲେ ପୂଜକ ସମସ୍ତ କରାଙ୍ଗନ୍ୟାସ ଓ ମନ୍ତ୍ରନ୍ୟାସ କରି ଏହି ପୂଜା ପଞ୍ଚ ଉପଚାର ରେ କରିବେ । ପୂଜା ଶେଷରେ ଧ୍ୟାନ ମନ୍ତ୍ର ବୋଲିବେ। ଯଥା : ମୁକ୍ତା ଗୌରଂ ନବମଣିଲସଦଭୂଷଣଂ ଚନ୍ଦ୍ରସଂସ୍ଥଂ, ଭୃଙ୍ଗାକାରୈରଳକନିକରୈ ଶୋଭି ବକ୍ରାବିନ୍ଦମ ହସ୍ତାଂ ବାଭ୍ୟାଂ କନକ କଳଶଂ ଶୁଦ୍ଧତୋୟାଭିପୂର୍ଣ୍ଣଂ  ଦଦ୍ଧ- ନ୍ନାଢ୍ୟଂ କନକଚଷକଂ ଧାରୟନ୍ତଂ ଭଜାମଃ । ଓଁ ନମଃ ବିଷ୍ଣବେ ସୁରପତୟେ ମହାବଳlୟ ସ୍ୱାହା। ”

ଏହି ପରି ଭାବରେ ପାର୍ଶ୍ଵ ଦେବତା ମାନଙ୍କ ପୂଜା ତିନି ଦିଗରେ ସରିଲା ପୂର୍ବ ଦିଗରେ ପତିତପାବନ ଠାକୁର ଙ୍କ ଉପସ୍ଥିତି ସମଗ୍ର ପତିତ ଉଦ୍ଧାର ପାଇଁ ଥିବାରୁ ମଙ୍ଗଳ ଆଳତି ସହ ତାଙ୍କର ବିବିଧ ପୂଜା ଆରମ୍ଭ ହୋଇ ଥାଏ. ଆଗାମୀ ଅଧ୍ୟ୍ୟାୟ ରେ ରତ୍ନସିଂହାସନ ରେ ବିରାଜିତ ଶ୍ରୀଜୀଉ ମାନଙ୍କ ବିଭିନ୍ନ ପୂଜା ବିଧି ବିଷୟରେ ଆଲୋଚନା କରିବା, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ପୁଣି ଜାଣଇ ଯେବେ ମୋତେ
ନାମ ଜପଇ ହୃଦଗତେ।
ମୋହର ଭାବେ ଯେ ପଶଇ
ଜନ୍ମ ମରଣ ତାର ନାହିଁ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.