ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରାଜ ଭୋଗ ଆଲୋଚନା ପ୍ରସଙ୍ଗରେ ଆମେ ରାଜଭୋଗରେ ପରଷା ଯାଉଥିବା ରନ୍ଧା ଭୋଗ ସାମଗ୍ରୀ ଓ କିଛି ପୂଜା ପଦ୍ଧତି ବିଷୟରେ ଜାଣିଲେ। ବର୍ତ୍ତମାନ ଜାଣିବା ବରାଦି ଭୋଗ କଥା। କିଛି ମନ୍ଦିରରେ ବିକ୍ରୟ ପାଇଁ କିମ୍ବା କୌଣସି ବରାଦି ଭୋଗ ମଧ୍ୟ ଏହି ରାଜ ଭୋଗ ସହ ରନ୍ଧନ କରାଯାଇ କୋଠ ଭୋଗ ବା ରାଜଭୋଗ ସାରିବା ପରେ ଏହାକୁ ଭୋଗ ଲଗାଯାଏ। କେତେକ ସ୍ଥଳରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଭୋଗ ସହିତ ଏହି ବରାଦି ଭୋଗ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ପରେ ଭୋଗ ମଣ୍ଡପରେ ପାଣି ପକାଇ ଧୋଇ ଦେବା ପରେ ବରାଦି ଭୋଗ ପୂଜା କାରାଯାଏ। ଏହି ସବୁ କାର୍ଯ୍ୟକ୍ରମ ପରେ ଯଦି ସମୟ ମିଳିବ ତେବେ ଶ୍ରୀଜୀଉମାନଙ୍କ ଦିବା ପହୁଡ଼ ହୋଇଥାଏ। ମଧ୍ୟାହ୍ନ ଭୋଗ ସମୟରେ ମଧ୍ୟ ବିଡ଼ିଆ ମଣୋହି ସହ କର୍ପୁର ଆଳତି ଓ ବତୀ ଆଳତି ହୋଇଥାଏ । ଶ୍ରୀମନ୍ଦିର ରେ ତିନି ଜଣ ପୂଜକ ଏକା ଥରକେ ବସି ପୂଜା କରିବାର ବ୍ୟବସ୍ଥା ଅଛି। ତେଣୁ ତିନି ଜଣଯାକ ସ୍ୱତନ୍ତ୍ର ଭାବରେ ଭୈରବ ପାର୍ଥନା ସହ ବହିମାତୃକା ପର୍ଯ୍ୟନ୍ତ ପୂଜା ବିଧି ବିଧି ମତେ ଶେଷ କରିବେ. ଶ୍ରୀଜଗନ୍ନାଥ ଙ୍କ ପୂଜକ ଶ୍ରୀଜଗନ୍ନାଥ ଙ୍କ ସହ ସୁଦର୍ଶନ, ଶ୍ରୀଦେବୀ, ଭୁଦେବୀ ଓ ମାଧବ ଙ୍କ ପୂଜା ମଧ୍ୟ କରିବେ. ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ବିଶେଷ ଭାବରେ ଧୂପ, ଦୀପ ଓ ନୈବେଦ୍ୟ ଏକ ସାଙ୍ଗରେ ତିନି ଠାକୁରଙ୍କ ପାଖରେ ହେବା ଉଚିତ।କାରଣ ପ୍ରତେକ ଦେବତା ଙ୍କ ପୂଜା ବିଧି ମନ୍ତ୍ର ଅଲଗା ଅଲଗା. ଆଗାମୀ ଅଧ୍ୟାୟ ରେ ଆଲୋଚନା କରିବା ଦିବା ପହୁଡ଼ ବିଧି ବିଷୟରେ. ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ନିନ୍ଦିତ ହୋନ୍ତି ବେନିଲୋକେ
ନିରାଶ ହୋନ୍ତି ସ୍ୱାମୀ ସୁଖେ।
ବିଧବା ହୋନ୍ତି ଜନ୍ମ ସାତ
ଯେ ନାରୀ ସ୍ୱାମୀ ଅଭକ୍ତ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )