ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ୫ ଦିନିଆ ‘ଆଜାଦୀ କା ଅମୃତ ମହୋତ୍ସବ’ ଶୀର୍ଷକ ଫୋଟୋ ଚିତ୍ର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି ଅବସର ‘ଓଡ଼ିଶାରେ ଗାନ୍ଧୀ ‘ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନା ଚକ୍ରକୁ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ଚୌଧୁରୀ ଉଦଘାଟନ କରିଥିଲେ। ଏଥିରେ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ ମିଶ୍ର ଯୋଗ ଦେଇ ଗାନ୍ଧୀ ଦର୍ଶନ ଶାସ୍ତ୍ର ସମ୍ପର୍କରେ ଯୁବପିଢ଼ିଙ୍କ ମନରେ ସଚେତନତା ସୃଷ୍ଟି କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ସମାଜସେବୀ ଡ. ରୀନା ରାଉତରାୟ ଏହି ଆଲୋଚନା ଚକ୍ରରେ ଯୋଗ ଦେଇ ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ସୂଚନା ଦେଇଥିଲେ ଓ ମୁକ୍ତି ଆନ୍ଦୋଳନରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ।
ବିଶିଷ୍ଟ ଲେଖକ ଡକ୍ଟର ଦୀପକ ସାମନ୍ତରାୟ ଏହି ଆଲୋଚନାଚକ୍ରର ସଂଯୋଜନା କରିଥିଲେ।
Comments are closed.