Latest Odisha News

BREAKING NEWS

କ’ଣ ଆପଣ ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି, ଜାଣନ୍ତୁ ଏହିସବୁ ଲକ୍ଷଣରୁ

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ତଥା କାମର ଚାପ ଅନେକ ଲୋକଙ୍କୁ ଡିପ୍ରେସନ ବା ଅବସାଦ ମଧ୍ୟକୁ ଟାଣି ନେଉଛି । ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା ।

ମାତ୍ର ଏବେ ଏହା ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଛି । ବିଷାଦ ଯଦିଓ ଏକ ମାନସିକ ସ୍ଥିତି ହୋଇଥାଇପାରେ ତେବେ ଏହାର କିଛି ଶାରୀରିକ ଲକ୍ଷଣ ମଧ୍ୟ ରହିଛି । ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଏହାର ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ଆଂଶୁ ଚିକିତ୍ସା କରାଯାଇ  ପାରିବ ।

ବିଷାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଚୁପ୍ ଚାପ୍ , ନୀରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇଥାନ୍ତି । ମାନସିକ ଦୁଃଶ୍ଚିନ୍ତା ସହ ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା,ଖରାପ ପରିବେଶ ଏବଂ ଏକୁଟିଆ ରହିବା ଆଦି ବିଷାଦ ବା ଡିପ୍ରେସନର ପ୍ରମୁଖ କାରଣ ଅଟେ ।

ଯଦି ଏହାକୁ ଦୀର୍ଘ ସମୟ ଧରି ଅଣଦେଖା କରାଯାଏ । ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଛ’ଟି ମୁଖ୍ୟ ଶାରୀରିକ ଲକ୍ଷଣ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ପାଇଁ ସହାୟକ ହେବ ।

 

ଡିପ୍ରେସନର ଛଅଟି ମୁଖ୍ୟ ଶାରୀରିକ ଲକ୍ଷଣ

ପିଠିରେ ଯନ୍ତ୍ରଣା: ବିଷାଦ ବା ଡିପ୍ରେସନରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହା ଦ୍ୱାରା ପିଠିରେ ଥିବା ମାଂସ ପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ । ଯାହାଦ୍ୱାରା ଆପଣ ଯନ୍ତ୍ରଣାର ଶିକାର ହୋଇଥାଆନ୍ତି।

ଓଜନରେ ବୃଦ୍ଧି ଓ ହ୍ରାସ: ବିଷାଦରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଥାଏ । ଯାହାଦ୍ୱାରା ଅଧିକାଂଶ ସମୟରେ ବ୍ୟକ୍ତିଙ୍କ ଓଜନ ହଠାତ୍ ବୃଦ୍ଧି ପାଇଯିବା ସହ ହ୍ରାସ ପାଇଯିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ଦୁର୍ବଳତା: ଯଦି ଆପଣ ବିଷାଦରେ ଅଛନ୍ତି ତେବେ ଆପଣଙ୍କ ଅଧିକାଂଶ ସମୟରେ ଦୁର୍ବଳତା ଅନୁଭବ କରିଥାନ୍ତି । କୌଣସି କାମ କରିବାକୁ ମନ ଲାଗି ନଥାଏ କି ଫିଜିକାଲ ଫିଟ୍ ନ ଥିବାର ଆପଣ ଅନୁଭବ କରିଥାନ୍ତି ।

ସ୍କିନ ଆଲର୍ଜି: ଯଦି ଆପଣଙ୍କ ଚର୍ମରେ ବିଭିନ୍ନ ସମସ୍ୟା ଦେଖାଯାଏ ଅର୍ଥାତ୍ ଚର୍ମ କୁଣ୍ଡାଇ ହେବା ,ଦେହ ସାରା ଲାଲ ରଙ୍ଗର ଦାଗ ଦେଖାଯିବା ତଥା ଫଳିଯିବା ଏବଂ ଏଥିସହ ଶରୀରରେ ଜଳାପଡା ହେବା ବିଷାଦର ଲକ୍ଷଣ ହୋଇଥାଏ।

ଦାନ୍ତଗତ ସମସ୍ୟା: ଦାନ୍ତରେ ବାରମ୍ବାର ସମସ୍ୟା ଦେଖାଯିବା ହେଉଛି ଡିପ୍ରେସନର ମୁଖ୍ୟ ଲକ୍ଷଣ । ଡିପ୍ରେସନ ଯୋଗୁଁ ଦାନ୍ତ ବିନ୍ଧା ହେବା ସହ ଦାନ୍ତ ମୂଳରୁ ରକ୍ତସ୍ରାବ ହୋଇଥାଏ ।

କାରଣ

ପାଠ ପଢ଼ାର ବୋଝ: ଆଜିକାଲି କମ୍ ବୟସର ପିଲା ଓ କଲେଜ ଯାଉଥିବା ଯୁବକଯୁବତୀଙ୍କ ଉପରେ ପାଠପଢ଼ା ଓ କ୍ୟାରିୟର ବନାଇବାର ବୋଝ ବହୁତ ପରିମାଣରେ ବଢ଼ିଯାଇଛି। କେଉଁ ପିଲାମାନେ ପାଠପଢ଼ାରେ ସେମାନଙ୍କଠାରୁ ଆଗେଇ ଗଲେ ସେମାନେ ସେହି କଥାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଫଳରେ ସେମାନେ ଡିପ୍ରେସନର ଶିକାର ହୁଅନ୍ତି।

ସଂପର୍କର ପ୍ରଭାବ: ଆଜିକାଲି କମ୍‌ ବୟସରେ ପିଲାଙ୍କର ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ରହୁଛନ୍ତି। ଏହା ସାଧାରଣ କଥା ହୋଇଗଲାଣି। ଯେତେବେଳେ ସେମାନଙ୍କ ମଧ୍ୟରେ ସଂପର୍କ ଭଲ ରହୁଛି ସେମାନେ ଭଲରେ ରହୁଛନ୍ତି। ଯେତେବେଳେ ସଂପର୍କରେ ଫାଟ ସୃଷ୍ଟି ହେଉଛି ଡିପ୍ରେସ୍‌ନରେ ଶିକାର ହେଉଛନ୍ତି। ଏକ ତରଫା ପ୍ରେମ ହିଁ ଡ୍ରିପେସନର କାରଣ ହୋଇଥାଏ।

ବର୍ଦ୍ଧିତ ପ୍ରତିଯୋଗିତା: ସ୍କୁଲ୍, କଲେଜ୍ ହେଉ ଅବା ଅଫିସ୍‌ ଆଜିକାଲି ସବୁଠି ପ୍ରତିଯୋଗିତା ଦେଖିବାକୁ ମିଳୁଛି। ସମସ୍ତେ ନିଜର ଦକ୍ଷତାକୁ ପ୍ରମାଣିତ କରିବାରେ ଲାଗି ପଡ଼ିଛନ୍ତି। ଏମିତିରେ ଦୁର୍ବଳ ଛାତ୍ରଛାତ୍ରୀ ଓ କର୍ମଚାରୀ ବୁଝିପାରୁନାହାନ୍ତି ଭଲ କରିବା ପାଇଁ ସେମାନଙ୍କୁ କ’ଣ କରିବାକୁ ପଡ଼ିବ। ତେଣୁ ଡିପ୍ରେସନର ଶିକାର ହେଛନ୍ତି।

Comments are closed.