Latest Odisha News

BREAKING NEWS

ପିଗ ଆଇରନ ଲୁଟରେ ସଂପୃକ୍ତ ଶିଳ୍ପପତିଙ୍କ ସମେତ ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମେସ୍କୋ ଷ୍ଟିଲ କାରଖାନାରୁ ପିଗ୍ ଆଇରନ ଲୁଟ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୦ ତାରିଖ ଦିନ କଳିଙ୍ଗନଗର ସ୍ଥିତ ମେସ୍କୋ କାରଖାନାରୁ ୨ଟି ପିଗ୍ ଆଇରନ ବୋଝେଇ ଟ୍ରକ ଛତିଶଗଡ଼ କୁ ପରିବହନ କରାଯାଇଥିଲା । ମାତ୍ର ଟ୍ରକ ୨ଟି ଗନ୍ତବ୍ୟ ସ୍ଥଳକୁ ନଯାଇ ରାଉରକେଲା ଅଭିମୁଖେ ଯାଇଥିଲା । ସେଠାରେ ଟ୍ରକ ଚାଳକ ଦ୍ୱୟ ପିଗ ଆଇରନକୁ ଜଣେ ଶିଳ୍ପପତିଙ୍କୁ ବିକ୍ରି କରି ଫେରାର ହୋଇଯାଇଥିଲେ ।

ଏନେଇ କଳିଙ୍ଗନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ପ୍ରଥମେ ଫେରାର ଥିବା ଜଣେ ଟ୍ରକ ଚାଳକକୁ ମୁମ୍ବାଇରୁ ଗିରଫ କରି ପୋଲିସ ତାକୁ ଜେରା କରିବା ପରେ ସେ ରାଉରକେଲାର ଜଣେ ଶିଳ୍ପପତିଙ୍କୁ ପିଗ ଆଇରନ ବିକ୍ରି କରିଥିବା ସ୍ୱିକାର କରିଥିଲା ।

ପୋଲିସ ଟକ୍ର ଚାଳକ ତଥ୍ୟକୁ ଆଧାର କରି ସଂପୃକ୍ତ ଶିଳ୍ପପତି ଓ ତାଙ୍କର ୨ଜଣ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି ।

ଏହି ଶିଳ୍ପପତି ଜଣଙ୍କ ରାଉରକେଲାର ବିଶିଷ୍ଟ ଶିଳ୍ପପତି ହନୁମାନ ଗୋଏଲ ବୋଲି ଜଣାପଡିଛି ।

ଏହି ଘଟଣାରେ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.