Latest Odisha News

BREAKING NEWS

ଦେଶର ୨ୟ ସ୍ୱଚ୍ଛ ହସ୍ପିଟାଲ୍ ଭାବେ ସ୍ଥାନ ପାଇଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ଦେଶର ସ୍ୱଚ୍ଛ ହସ୍ପିଟାଲ୍ କାଟେଗୋରୀ ବି’ରେ ୨ୟ ସ୍ଥାନ ଅଧିକାର କରିଛି ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ୍(ଏମ୍ସ), ଭୁବନେଶ୍ୱର ।

ଲଗାତାର ୨ଥର ପାଇଁ ଭୁବନେଶ୍ୱର ଏମ୍ସ ଏହି ଗୌରବ ଅର୍ଜନ କରିଛି । ‘ୱିକ୍ ହଂସା ରିସର୍ଚ୍ଚ ସର୍ଭେ’ ଦ୍ୱାରା ଏମ୍ସ ଏହି ସ୍ଥାନ ଅଧିକାର କରିଛି । ସର୍ଭେର ପାରାମିଟର ଅନୁଯାୟୀ ହସ୍ପିଟାଲର ରକ୍ଷଣାବେକ୍ଷଣା, ସ୍ୱଚ୍ଛତା, ବଜ୍ୟବସ୍ତୁ ପରିଚାଳନା, ଇନଫେକସନ କଣ୍ଟ୍ରୋଲ୍ ଏବଂ ଅନ୍ୟ ସେବା ସୁବିଧା ଉପରେ ବିଚାର କରାଯାଇଥିଲା ।
ଏହି ସର୍ଭେ ଅନୁଯାୟୀ ଏମ୍ସ ଭୁବନେଶ୍ୱର ରାଜ୍ୟର ପ୍ରାଇଭେଟ୍ ଓ ପବ୍ଲିକ୍ ହସ୍ପିଟାଲ ମଧ୍ୟରେ ସର୍ବଶ୍ରେଷ୍ଠ । ଏପରିକି ପ୍ରାଇଭେଟ୍ ଓ ପବ୍ଲିକ୍ ହସ୍ପିଟାଲ୍ କାଟେଗୋରୀରେ ପୂର୍ବ ଭାରତର ତୃତୀୟ ସର୍ବଶ୍ରେଷ୍ଠ ହସ୍ପିଟାଲ୍ ଭାବେ ମାନ୍ୟତା ଅର୍ଜନ କରିଛି ।

ଆହୁରି ମଧ୍ୟ ଏହି ଉପଲବ୍ଧି ଲାଗି କେନ୍ଦ୍ର ସରକାର ‘କାୟାକଳ୍ପ’ ଯୋଜନା ଅଧିନରେ ହସ୍ପିଟାଲକୁ ୧କୋଟି ଟଙ୍କା ଅର୍ଥରାଶିରେ ସମ୍ମାନିତ କରିଛନ୍ତି ।

ବିଶେଷତଃ ୬ଟି ନୂତନ ଏମ୍ସ ମଧ୍ୟରେ ଭୁବନେଶ୍ୱରର ଓପିଡିରେ ରୋଗୀ ସଂଖ୍ୟା ସର୍ବାଧିକ ବୋଲି ଜଣାପଡିଛି ।

Leave A Reply

Your email address will not be published.