Latest Odisha News

BREAKING NEWS

ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ସନ୍ଦେହରେ ଅଟକ ପାରାକୁ ଶେଷରେ ଛଡାଗଲା

ମୁମ୍ବାଇ: ୮ ମାସ ତଳେ ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗୋଟିଏ ପାରାକୁ ଅଟକ ରଖାଯାଇଥିଲା । ସମସ୍ତ ପ୍ରକାର ତଦନ୍ତ ସରିବା ପରେ ଏବେ ଏହି ପାରାକୁ ଶେଷରେ ମୁକ୍ତ କରାଯାଇଛି । ଗତ ବର୍ଷ ମେ ମାସରେ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର ପୋଲିସ ଗୋଟିଏ ପାରାକୁ ଧରିଥିଲେ । ଏହାର ୨ଟି ଗୋଡରେ ତମ୍ବା ଓ ଆଲୁମିନିୟମର ରିଙ୍ଗ ଲାଗିଥିଲା । ଏଥିରେ ଚୀନ ଭାଷାରେ କିଛି ଲେଖା ଯାଇଥିଲା । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତଦନ୍ତ ପରେ ଜଣାପଡିଲା ଯେ, ତାଇୱାନର ଏକ ସମାରୋହରେ ଏହି ପାରା ଖସି ମୁମ୍ବାଇ ପଳାଇ ଆସିଥିଲା ।

ନିକଟରେ ସକରବାଇ ଦୀନେଶ ପୋଟେଟ ଡାକ୍ତରଖାନା ପକ୍ଷରୁ ଏହି ପାରାକୁ ମୁକ୍ତ କରିବା ପାଇଁ ପୋଲିସକୁ ଅନୁରୋଧ କରିଥିଲା । ଶେଷରେ ଏହି ପାରାକୁ ଛଡା ଯାଇଥିଲା । ନିରୀହ ପାରାଟି କୌଣସି ଭୁଲ ନ କରି ୮ ମାସ ଧରି ବନ୍ଦୀ ହୋଇ ରହିବାକୁ ପକ୍ଷୀପ୍ରେମୀମାନେ ପସନ୍ଦ କରି ନାହାନ୍ତି ।

Leave A Reply

Your email address will not be published.