Latest Odisha News

BREAKING NEWS

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦେବେ ଯୋଗ

ଭୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ । ୬ ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ । ଏନେଇ ସୂଚନା ଦେଇଛନ୍ତି କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହାପରେ ସୁନ୍ଦରଗଡ଼ରେ ରୋଡ୍‌ ସୋ’ କରିବେ ରାହୁଲ । ୩ଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ହେବ । ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୭ ଓ ୮ରେ କାର୍ଯ୍ୟକ୍ରମ ହେବ ବୋଲି ପିସିସି ସଭାପତି କହିଛନ୍ତି । ଓଡ଼ିଶାରେ ପ୍ରାୟ ୨୦୦ କିଲୋମିଟର ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଗୋଟିଏ ଟିମ୍ ସୁନ୍ଦରଗଡ଼ ଓ ଅନ୍ୟ ଟିମ୍ ଭୁବନେଶ୍ୱରରେ କାର୍ଯ୍ୟ କରୁଛି ।

ଏହାପରେ ରାହୁଲ ଗାନ୍ଧୀ ବେଦବ୍ୟାସଠାରେ ରାତ୍ରି ଯାପନ କରିବେ । ୭ ତାରିଖ ସକାଳେ ରାଉରକେଲା,ପରେ ରାଜଗାଙ୍ଗପୁର, ଉତ୍ତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭା କରିବେ । ପରେ ଝାରସୁଗୁଡାରେ ରାତ୍ରି ଯାପନ କରିବେ । ୮ ତାରିଖରେ ବ୍ରଜରାଜ ନଗର, ବେଲପାହାଡ଼ ଓ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ ।

Leave A Reply

Your email address will not be published.