Latest Odisha News

ଖାଦ୍ୟରୁ ବାହାରିଲା ଚୁଟି, ରାଗରେ ସ୍ତ୍ରୀକୁ ଲଣ୍ଡା କଲା ସ୍ୱାମୀ

ଉତ୍ତରପ୍ରଦେଶ : ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରାଇଥାଏ କେଶ  । କେଶ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ଘୃଣା କରିଥାଆନ୍ତି  । ବିଶେଷ କରି କୌଣସି ଖାଦ୍ୟରୁ ଚୁଟି ବାହାରିଲେ ଲୋକମାନେ ବିରକ୍ତ ହୋଇଥାଆନ୍ତି  । ତେବେ ଚୁଟିକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ଆପଣମାନେ ଜାଣିଲେ ତାଜୁବ ହୋଇଯିବେ । ଖାଦ୍ୟରୁ ଚୁଟି ବାହାରିବା ଏକ ସାଧାରଣ କଥା କିନ୍ତୁ ଏହି ସାମାନ୍ୟ କଥାରୁ ବିରଳ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତିଙ୍କ ଖାଦ୍ୟରୁ ଚୁଟି ବାହାରିବାରୁ ନିଜ ସ୍ତ୍ରୀକୁ ଲଣ୍ଡା କରି ଦେଇଛନ୍ତି ।ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାରେ ଦେଖିବାକୁ ମିଳିଛି  ।

ସୂଚନା ଅନୁଯାୟୀ, ପିଲିଭିତ ଗଜରୌଲା ଥାନା ଅଧିନସ୍ଥ ମିଲକ ଗାଁର ବାସିନ୍ଦା ସୀମା ଦେବୀ  । ତେବେ ସୀମା ଦେବୀ ରାତିରେ ରୋଷେଇ କରିଥିଲେ  । ତାଙ୍କ ସ୍ୱାମୀ ଖାଇବାକୁ ମାଗିଥିଲେ ସେ ମଧ୍ୟ ଏକ ଥାଳିରେ ଖାଇବା ବାଢ଼ିକି ଦେଇଥିଲେ  । କିନ୍ତୁ ସେହି ଖାଦ୍ୟରୁ ଚୁଟି ବାହାରିଥିଲା  । ଏହି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ଜହିରରୁଦ୍ଦିନ, ଦିଅର ଜମିରଉଦ୍ଦିନ ଓ ଶାଶୂ ଜୁଲେଖା ଖାତୁନ୍‌ ସୀମାଙ୍କୁ ମାରପିଟ୍‌ କରିବା ସହ ତାଙ୍କ ଚୁଟି କାଟି ତାଙ୍କୁ ଲଣ୍ଡା କରିଦେଇଥିଲେ  । ଏହାପରେ ସୀମା ନିଜ ସ୍ୱାମୀ, ଦିଅର ଏବଂ ଶାଶୂଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ  ।

ପୂର୍ବରୁ ସୀମାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା  । ଏନେଇ ସୀମାଙ୍କୁ ଲଣ୍ଡା କରିଦେଇଛନ୍ତି  । ପୋଲିସ ସମସ୍ତ ଅଭିଯୋଗକୁ ଭିତ୍ତି କରି ୩ ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି  ।

 

 

Leave A Reply

Your email address will not be published.