Latest Odisha News

BREAKING NEWS

ଦୁଇଟି ଗୋଲାପୀ ଡଲ୍‌ଫିନ୍ ଠାବ, ଲୋକେ କରିପାରୁ ନାହାନ୍ତି ବିଶ୍ୱାସ

ମେକ୍ସିକୋ: ଲୁଧିଆନା ଉପକୂଳବର୍ତ୍ତୀ ମେକ୍ସିକୋ ଗଲ୍ଫରେ ଦେଖିବାକୁ ମିଳିଛି ଗୋଲାପୀ ଡଲ୍‌ଫିନ୍ । ସମ୍ପୂର୍ଣ୍ଣ ଗୋଲାପୀ ରଙ୍ଗର ଏହି ଡ଼ଲଫିନ୍‌ଟି ସମୁଦ୍ର ପହଁରୁଥିବା ଠାବ କରାଯାଇଥିଲା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି,ଯାହାକୁ ଦେଖି ଲୋକମାନେ ବିଶ୍ୱାସ କରିପାରୁନାହାନ୍ତି ।

ଗତ ୨୦ ବର୍ଷ ଧରି ଥୁରୁମାନ ଗୁଷ୍ଟିନ ନାମକ ଜଣେ ବ୍ୟକ୍ତି ଏଠାରେ ମତ୍ସ୍ୟଜୀବୀ ଭାବେ କାମ କରନ୍ତି । ସେ ଗତ ୧୨ ତାରିଖରେ କାମେରୁନ ପ୍ୟାରିସର ଗଲ୍ଫ ଅଫ୍ ମେକ୍ସିକୋ ନିକଟରେ ଦୁଇଟି ଗୋଲାପୀ ଡଲ୍‌ଫିନ୍ ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଏହାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ, ଯାହା ଖୁବ୍ ଅଳ୍ପ ସମୟ ଭିତରେ ଭାଇରାଲ ହୋଇଯାଇଥିଲା । ହେଲେ ଏହାକୁ ଦେଖିବା ପରେ ଲୋକେ ଦୁନିଆରେ ଗୋଲାପି ଡ଼ଲଫିନ୍ ଥିବା ବିଶ୍ୱାସ କରି ପାରୁନାହାନ୍ତି ।

ଗୁଷ୍ଟିନ କହିଛନ୍ତି ଯେ, ମୁଁ ଦୀର୍ଘ ୨୦ ବର୍ଷରୁ ଅଧିକ ହେଲାଣି ଏଠାରେ ମତ୍ସଜୀବୀ ଭାବେ କାମ କରୁଛି । ଏହି ଅଞ୍ଚଳରେ ଅନେକ ଡଲ୍‌ଫିନ୍ ଅଛନ୍ତି । କିନ୍ତୁ ଏମିତି ଗୋଲାପି ଡ଼ଲଫିନ୍ କେବେ ମୁଁ ଦେଖିନାହିଁ । ଏମାନଙ୍କୁ ଦେଖି ହଠାତ୍ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ପ୍ରଥମେ ପାଣି ତଳେ କିଛି ଦେଖିଲି । ଅନୁଭବ କଲି ଏହା ସ୍ୱାଭାବିକ ନୁହେଁ । ପରେ ଏହା ଉପରକୁ ଉଠିବାରୁ ଜାଣିବାକୁ ପାଇଲି ଯେ, ଏହା ଗୋଲାପି ରଙ୍ଗର ଡ଼ଲଫିନ । ମୁଁ ଡଙ୍ଗାକୁ ଅଟକାଇ ଏହି ସୁନ୍ଦର ଗୋଲାପୀ ଡଲ୍‌ଫିନ୍‌ର ଫଟୋ ଉଠାଇଲି । ରେକର୍ଡିଂ ବି କଲି । ଏହା ବହୁତ ସୁନ୍ଦର ଦେଖାଯାଉଥିଲା । ଏଠାରେ ସବୁଠୁ ଅଧିକ ବଟଲନୋଜ ଡଲ୍‌ଫିନ୍ ଦେଖିବେ, ଯାହା ସାଧାରଣତଃ ବାଦାମୀ ରଙ୍ଗର ହୋଇଥାଏ । ଆପଣ ସେମାନଙ୍କୁ ସହଜରେ ମେକ୍ସିକୋ ଗଲ୍ଫରେ ଦେଖିପାରିବେ ।

ବ୍ଲୁ ୱାର୍ଲଡ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ଦକ୍ଷିଣ ଆମେରିକାର ମଧୁର ଜଳ ନଦୀ ଅବବାହିକାରେ ଗୋଲାପୀ ଡଲ୍‌ଫିନ୍ ବାସ କରୁଥିବା କୁହାଯାଏ । ଗୋଲାପୀ କିମ୍ବା ଧଳା ଡଲ୍‌ଫିନ୍ ଅତ୍ୟନ୍ତ ବିରଳ ଏବଂ ଅନେକ ସମୟରେ ଆଲବିନିଜିମ କାରଣରୁ ଏପରି ହୋଇଥାଏ ।

Leave A Reply

Your email address will not be published.