Latest Odisha News

BREAKING NEWS

ଆଗାମୀ ୨ ବର୍ଷରେ ଓଡ଼ିଶାର ଏହି ୫ଟି ଜିଲ୍ଲାରେ ନିର୍ମାଣ ହେବ ଜଳ ଯୋଗାଣ ପ୍ରକଳ୍ପ

ଭୁବନେଶ୍ୱର: ଖଣି ଦ୍ୱାରା ଭୂତଳ ଜଳ ପ୍ରଭାବିତ ହୋଇଥିବା ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩ ଟି ବ୍ଲକ୍ ଅନ୍ତର୍ଗତ ୩୮୪ ଗ୍ରାମକୁ ଓଏମବିଏଡିସି (ଓଡିଶା ମିନେରାଲ୍ ବିୟରିଂ ଏରିଆ ଡେଭେଲପମେଂଟ କର୍ପୋରେସନ୍) ଅର୍ଥରେ ଭୁପୃଷ୍ଠ ଜଳକୁ ବିଶୋଧନ କରାଯାଇ ବିଶୁଦ୍ଧ ଜଳ ଯୋଗାଇବାକୁ ୪ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜ୍ ରେ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ଏହି ୪ ଟି ପ୍ରକଳ୍ପ ପାଇଁ ଏନସିସି ଲିମିଟେଡ୍ ହାଇଦ୍ରାବାଦର ୬୪୧.୫୭ କୋଟି ଟଙ୍କାର ଟେଣ୍ଡରେକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକୁ ୨ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଉକ୍ତ ପ୍ରକଳ୍ପ ଗୁଡିକ ଦ୍ୱାରା ଉପରୋକ୍ତ ଜିଲ୍ଲା ଗୁଡିକର ୩ ଟି ବ୍ଲକ୍ ର ୬୩ଟି ଗ୍ରାମ ପଂଚାୟତ ଅଧୀନରେ ୩୮୪ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩,୨୦,୫୮୪ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ।

ଯାହାଦ୍ୱାରା ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ୨୦ଟି ଗ୍ରାମ ପଂଚାୟତ ଅଧୀନରେ ଥିବା ୭୧ଟି ଗ୍ରାମର ୧୦୧୦୬୮, କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍ ଅନ୍ତର୍ଗତ ୨୯ଟି ଗ୍ରାମ ପଂଚାୟତ ଅଧୀନରେ ଥିବା ୨୦୦ଟି ଗ୍ରାମର ୧୨,୬,୬୩୩ ଓ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ୍ ଅନ୍ତର୍ଗତ ୧୪ ଟି ଗ୍ରାମପଂଚାୟତ ଅଧୀନରେ ଥିବା ୧୧୩ଟି ଗ୍ରାମର ୯୨,୮୮୩ ଜନ ସାଧାରଣ ଉପକୃତ ହୋଇପାରିବେ ।

ସେହିପରିବସୁଧା ଯୋଜନାରେ ଢେଙ୍କାନାଳ ଜିଲ୍ଲରେ ୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ୩୪୯.୩୮ କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି ।

ଉକ୍ତ ପ୍ରକଳ୍ପ ଗୁଡିକ ଦ୍ୱାରା ଢେଙ୍କାନାଳ ଜିଲ୍ଲାର ୨ ଟି ବ୍ଲକ୍ ଅଧୀନରେ ଥିବା ୬୩ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୩୧୭ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୧,୭,୯୧୪ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ ।

ଓଡାପଡା ବ୍ଲକ୍ ଅନ୍ତର୍ଗତ ୨୮ଟି ଗ୍ରାମପଂଚାୟତ ଅଧୀନରେ ଥିବା ୧୩୨ ଗ୍ରାମର ୧୪,୩,୪୮୨ ଲୋକ ଓ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ୩୫ଟି ଗ୍ରାମପଂଚାୟତ ଅଧୀନରେ ୧୮୫ଟି ଗ୍ରାମର ୧୭,୪,୪୩୨ ଲୋକ ଉପକୃତ ହେବେ ।

ଦେବଗଡ଼ ଜିଲ୍ଲା ପାଇଁ କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

ଦେବଗଡ ଜିଲ୍ଲାର ଦୁଇଟି ବ୍ଲକ୍ ଅଧୀନରେ ଥିବା ୩୮ଟି ଗ୍ରାମପଂଚାୟତର ୪୩୨ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧,୯୧,୮୯୩ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଜିଲ୍ଲାର ବାରକୋଟ ବ୍ଲକ୍ ଅନ୍ତର୍ଗତ ୨୧୬ ଟି ଗ୍ରାମର ୧୦୦୨୨୫ ଲୋକ ଓ ରିଆମାଳ ବ୍ଲକ୍ ନ୍ତର୍ଗତ ୨୧୬ଟି ଗ୍ରାମର ୯୧,୬୬୮ ଲୋକ ନିରାପଦ ପାନୀୟ ଜଳ ପାଇପାରିବେ ।

Leave A Reply

Your email address will not be published.