Latest Odisha News

BREAKING NEWS

ଟ୍ରମ୍ପଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା: ସିଆଇଏ ଏଜେଣ୍ଟ ଓ ସ୍ନାଇପର୍ସ ସହ ଭାରତରେ ପହଂଚିଲା ହରକ୍ୟୁଲେସ ବିମାନ

ଅହମଦାବାଦ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିୟା ଟ୍ରମ୍ପ ଅହମଦାବାଦ ପହଂଚିବା ପୂର୍ବରୁ ତାଙ୍କର ସ୍ୱାଗତ ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି । ତାଙ୍କ ସୁରକ୍ଷାକୁ ନେଇ ବଡ ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରେ ଆଜି ଆମେରିକୀୟ ଏୟାରଫୋର୍ସର ହରକ୍ୟୁଲେସ ବିମାନ ଓ ସ୍ନାଇପର୍ସ ଅହମଦାବାଦରେ ପହଂଚିସାରିଛି ।

ସୂଚନାଯୋଗ୍ୟ, ଡୋନାଲ୍ଡ ଓ ମେଲାନିୟା ଟ୍ରମ୍ପ ୨୪ ଓ ୨୫ ଫେବୃଆରୀକୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ୨୪ ଫେବୃଆରୀରେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ ଭବ୍ୟ କାର୍ଯ୍ୟକ୍ରମ ହେବାକୁ ଅଛି । ଏହି ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ପାଖାପାଖି ଶେଷ ହୋଇଗଲାଣି ।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ପାଇଁ ଅଭେଦ ସୁରକ୍ଷା ବ୍ୟବସ୍ଥା; ୭ ବିମାନ, ୧୦ହଜାର ଯବାନ, ୨୫ ଆଇପିଏସ…

ହରକ୍ୟୁଲେସ ବିମାନରେ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ବାହନ ସାମିଲ ଅଛି । ଆମେରିକୀୟ ଏୟାରଫୋର୍ସର ହରକ୍ୟୁଲେସ ବିମାନରେ ଟ୍ରମ୍ପଙ୍କ ଶିବିରର ଗାଡି, ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ଓ ଗୁଇନ୍ଦା କ୍ୟାାମେରା ମଧ୍ୟ ସାମିଲ ଅଛି ।

Leave A Reply

Your email address will not be published.