Latest Odisha News

BREAKING NEWS

କୋଲାବରେ ଚାଲିବ କ୍ରୁଜ: ଜାହାଜରେ ବୁଲିବେ ପର୍ଯ୍ୟଟକ 

କୋରାପୁଟ: କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । କୋରାପୁଟରେ ଗୋଆର ମଜା ନେବେ ପର୍ଯ୍ୟଟକ। ଜାହାଜରେ ବସି ବୁଲିବେ। ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ମନ୍ତ୍ରୀ କହିଛନ୍ତି,କୋରାପୁଟ କୋଲାବ ଡ୍ୟାମରେ କ୍ରୁଜ ଚାଲିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ଭିତ୍ତିଭୂମି ବିକାଶ ଲାଗି ୧୦ କୋଟି ପଠାଇଛି ବିଭାଗ । ଜେଟି ନିର୍ମାଣ ସରିବା ପରେ ଆରମ୍ଭ ହେବ କ୍ରୁଜ ସେବା।

କାରାଭାନ ଟୁରିଜିମ ବିକାଶକୁ ଗୁରୁତ୍ୱ ଦେଇ ପର୍ଯ୍ୟଟନ ବିଭାଗ କିଛି ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଏହାକୁ ନେଇ ଜିଲ୍ଲାପାଳ କହିଛନ୍ତି, ଜେଟି ନିର୍ମାଣ ପରେ କେତେ କ୍ଷମତା ବିଶିଷ୍ଟ କ୍ରୁଜ ଅଣାଯିବ ସେ ନେଇ ନିଷ୍ପତ୍ତି ନିଆଯିବ।

ଏହା ସହ ମାଲକାନଗିରି ସତିଗୁଡା ଏବଂ ପଣ୍ଡିଗ୍ରାମ କୋଲାବ ଅଞ୍ଚଳରେ କଫି ବେସ୍‌ଡ଼ ଟୁରିଜିମ ବିକାଶ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ପ୍ରାକୃତିକ ଉତ୍ସ ଝରଣା ଗୁଡିକର ବିକାଶ ପାଇଁ ୩୫ କୋଟି ବ୍ୟୟବରାଦ କରିଛନ୍ତି ସରକାର । ଏହି ଟଙ୍କା ଖର୍ଚ୍ଚ , ଟେଣ୍ଡର ଠାରୁ ଆରମ୍ଭ କରି କାମ ଶେଷ ଯାଏଁ ତଦାରଖ ପାଇଁ ଏକ ସ୍ବତନ୍ତ୍ର ମନିଟରିଂ ସେଲ୍ ମଧ୍ୟ ପର୍ଯ୍ୟଟନ ବିଭାଗ ଖୋଲିଛି । ବିଶେଷ କରି ପାହାଡିଆ ଅଞ୍ଚଳରେ ନୂଆ ନୂଆ ପର୍ଯ୍ୟଟନ ସାଇଡ୍ ଗୁଡିକର ବିକାଶ ପାଇଁ ଓଡିଶାରେ ଥିବା ନିବେଶକ ମାନଙ୍କୁ ଉତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ପ୍ରାଇଭେଟ୍ ବିଜିନେସ ମଡେଲରେ ସେସବୁ ସ୍ଥାନଗୁଡିକୁ ବିକଶିତ କରାଯିବ । ଏଥିପାଇଁ ପର୍ଯ୍ୟଟନ ବିଭାଗରେ ୫ ହଜାର ୧୫୩ କୋଟି ଟଙ୍କାର ନିବେଶ ଆସିଛି ।

Comments are closed.