Latest Odisha News

BREAKING NEWS

ଜୁଲାଇ ପହିଲାରୁ ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ୍; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଅମୂଲ

ଭୁବନେଶ୍ୱର: ଜୁଲାଇ ପହିଲାରୁ ବନ୍ଦ ହେବ ପ୍ଲାଷ୍ଟିକ ଷ୍ଟ୍ର । ଭାରତ ସରକାର ଏହି ଘୋଷଣା କରିଛନ୍ତି । ଏହା ପରେ ବିଭିନ୍ନ କୋଲ ଡ୍ରିଙ୍କ କମ୍ପାନୀ ମାନଙ୍କୁ ଚିନ୍ତା ଘାରିଛି । ଭାରତରେ ବିକ୍ରି ହେଉଥିବା ସମସ୍ତ ଛୋଟ କୋଲଡ୍ରିଙ୍କ ପ୍ୟାକ୍ରେ ପ୍ଲାଷ୍ଟିକ୍ ଷ୍ଟ୍ର ହିଁ ଲାଗିଥାଏ । ହଠାତ୍ ଏଭଳି ନିଷିଦ୍ଧାଦେଶ ଖବର ଆସିଯିବାରୁ ଆବାକ୍ ହୋଇପଡ଼ିଛନ୍ତି ଏହି କମ୍ପାନୀ ମାନେ ।

BjdElectrycity

ଦେଶରେ ସବୁଠାରୁ ଅଧିକ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ପଦାର୍ଥ ଉତ୍ପାଦନ କରୁଥିବା ଅମୂଲ କମ୍ପାନୀ ନିଷିଦ୍ଧ କାର୍ଯ୍ୟକାରୀ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି । ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅମୂଲ କମ୍ପାନୀ ଏମଡି(ପରିଚାଳନା ନିର୍ଦ୍ଦେଶକ) ଚିଠି ଲେଖି ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିବା ରଏଟର୍ସ ଖବର ପ୍ରକାଶ କରିଛି ।

ଅମୂଲ ଚିଠିରେ ଉଲ୍ଲେଖ କରିଛି ଯେ, ପ୍ଲାଷ୍ଟିକ ଷ୍ଟ୍ର ହଠାତ୍ ବନ୍ଦ ହୋଇଗଲେ ଲକ୍ଷାଧିକ ଦୁଗ୍ଧ ବ୍ୟବସାୟୀ ତଥା ଉତ୍ପାଦନକାରୀ ହଇରାଣ ହୋଇଯିବେ । ଟିକିଏ ଘୁଞ୍ଚିଲେ ୧୦୦ ମିଲିଅନରୁ ଅଧିକ ଦୁଗ୍ଧ ଚାଷୀ କ୍ଷତିରୁ ବଞ୍ଚିଯିବେ ବୋଲି କହିଛି ଅମୂଲ ।

ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅମୂଲ ଚିଠିକୁ ନେଇ କୌଣସି ପ୍ରତିକ୍ରିୟା ରଖିନି କିମ୍ବା ଅମୂଲକୁ କିଛି ଉତ୍ତର ଦେଇନି । ଅମୂଲ ଏହି ନିୟମ ମାନିବାକୁ ବାଧ୍ୟ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଅନ୍ୟ କମ୍ପାନୀ ମାନେ ବିଦେଶରୁ ତଥା ଚାଇନା ଏବଂ ଇଣ୍ଡୋନେସିଆରୁ କାଗଜ ତିଆରି ଷ୍ଟ୍ର ଆମଦାନୀ କରୁଛନ୍ତି । କିନ୍ତୁ ଏହା ୨୫୦ ଗୁଣା ମହଙ୍ଗା ପଡୁଛି ବୋଲି କହିଛନ୍ତି ।

Leave A Reply

Your email address will not be published.