Latest Odisha News

BREAKING NEWS

ଝାରବନ୍ଧ ବିଇଓ ରଞ୍ଜିତ୍ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ

ଝାରବନ୍ଧ: ସମ୍ବଲପୁର ଭିଜିଲାନ୍ସ ୟୁନିଟ ଗୁରୁବାର ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଇଓ ରଞ୍ଜିତ୍ ଭୋଇ ।

ପ୍ରଧାନଶିକ୍ଷକଙ୍କୁ ତାଙ୍କ ସ୍କୁଲର ଶିକ୍ଷକମାନଙ୍କ ବକେୟା ଦରମା ପାସ୍ କରେଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରଞ୍ଜିତ୍ । ଗୁରୁବାର ପ୍ରଧାନଶିକ୍ଷକଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ହିଁ ଭିଜିଲାନ୍ସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି ।

ଏହା ପରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଗୁରୁବାର କେସ୍ ନଂ- ୨୧ ଅର୍ନ୍ତଗତ ସେକ୍ସନ-୭ ପିସି ଆକ୍ଟ-୨୦୧୮ ଅନୁସାରେ ରଞ୍ଜିତଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଖବର ଲେଖା ହେବା ଯାଏଁ ଆହୁରି ତଦନ୍ତ ଜାରି ରହିଛି । ଅଧିକ ସୂଚନା ମିଳିବା ଆଶା କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.