Latest Odisha News

BREAKING NEWS

‘ବନ୍ଦେ ଉତ୍କଳ ଜନନୀ’ ଗାନକୁ ନେଇ ନାଲି ଆଖି ଦେଖାଇଲା ସଂସ୍କୃତି ବିଭାଗ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ସଠିକ୍ ଭାବେ ପରିବେଷଣ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୦୭.୦୬.୨୦୨୦ରେ ରାଜ୍ୟ ସଙ୍ଗୀତ ମାନ୍ୟତା ମନ୍ତ୍ରିମଣ୍ଡଳର ପଞ୍ଚଦଶ ବୈଠକରେ ଗୃହୀତ କରିଥିଲେ । ଏନେଇ ଓଡ଼ିଶା ଗେଜେଟରେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।

ଯେଉଁଥିରେ ‘ବନ୍ଦେ ଉତ୍କଳ ଜନନୀ’ ଗାୟନର ଅନୁମୋଦିତ ସ୍ୱର, ଶୈଳୀ ଓ ଅବଧି ବିଷୟ ପ୍ରକାଶିତ ହୋଇଥିଲା । କିନ୍ତୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ସଙ୍ଗୀତ ସଠିକ୍ ଭାବରେ ପରିବେଷଣ ହେଉ ନାହିଁ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଜ୍ଞପ୍ତି ଅନୁସରଣ ଓ ଅନୁପାଳନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.