Latest Odisha News

BREAKING NEWS

ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା

ନୂଆଦିଲ୍ଲୀ:ରିଙ୍କୁ ସିଂ, କେଏଲ ରାହୁଲଙ୍କ ପରି ଖେଳାଳି ଭଲ ପ୍ରଦର୍ଶନ କରିବା ସତ୍ୱେ ଘୋଷିତ ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇ ପାରି ନାହାନ୍ତି । ରିଙ୍କୁଙ୍କ ବାପାଙ୍କ କହିବା ଅନୁସାରେ ଏହା ତାର ମନ ଭାଙ୍ଗି ଦେଇଛି । କେବଳ ରିଙ୍କୁ ନୁହେଁ ଏହି ୫ଜଣ ଖେଳାଳି ଭଲ ପ୍ରଦର୍ଶନ ସତ୍ୱେ ବିଶ୍ୱକପ ଟିମରେ ସ୍ଥାନ ପାଇପାରି ନ ଥିଲେ । ୨୦୦୩ ଦିନିକିଆ ବିଶ୍ୱକପ ପୂର୍ବରୁ ଭିଭିଏସ ଲକ୍ଷ୍ମଣ ଚୟନ ହେବା ଏକପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ଶେଷ ମୂହର୍ତରେ ବାଦ ପଡିଥିଲେ । ଚୟନ କମିଟି ଦୀନେଶ ମୋଙ୍ଗିଆଙ୍କୁ ଦଳରେ ସାମିଲ କରିଥିଲେ ।

ସେହିପରି ୨୦୧୧ ବିଶ୍ୱକପ ପୂର୍ବରୁ ବର୍ତମାନର ଅଧିନାୟକ ରୋହିତ ଶର୍ମା ମଧ୍ୟ ଦଳରୁ ବାଦ ପଡିଥିଲେ । ତାଙ୍କ ସ୍ଥାନରେ ଅତିରିକ୍ତ ସ୍ପିନରଙ୍କୁ ଦଳରେ ସାମିଲ କରାଯାଇଥିଲା । ଭାରତ ଦୀର୍ଘ ଦିନ ପରେ ଦିନିକିଆ ବିଶ୍ୱକପ ଜିତିଥିଲା । ଅବଶ୍ୟ ୨୦୧୩ ପରଠାରୁ ରୋହିତ ଟିମ ଇଣ୍ଡିଆର ନିୟମିତ ସଦସ୍ୟ ହୋଇ ରହି ଆସିଛନ୍ତି । ୨୦୧୧ ବିଶ୍ୱକପ ବିଜୟର ହୀରୋ ତଥା ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଯୁବରାଜ ସିଂଙ୍କୁ ୨୦୧୫ ବିଶ୍ୱକପ ପାଇଁ ଚୟନ କରାଯାଇ ନ ଥିଲା । ତାଙ୍କ ସ୍ଥାନରେ ଷ୍ଟୁଆର୍ଟ ବିନ୍ନିଙ୍କୁ ଦଳରେ ନିଆ ଯାଇଥିଲା । ଭାରତ ଏହି ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେଇଥିଲା ।

ଅମ୍ବାତି ରାୟୁଡୁ ୨୦୧୮ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ୨୦୧୯ ବିଶ୍ୱକପ ଦଳରେ ସ୍ଥାନ ପାଇବେ ବୋଲି ସମସ୍ତେ ନିଶ୍ଚିତ ଥିଲେ । ତାଙ୍କ ସ୍ଥାନରେ ବିଜୟ ଶଙ୍କରକୁ ସାମିଲ କରାଯାଇଥିଲା । ଏବେ ରିଙ୍କୁ ୨୦୨୪ ଟି୨୦ ବିଶ୍ୱକପରେ ଦଳରେ ସ୍ଥାନ ପାଇ ନାହାନ୍ତି ।

Leave A Reply

Your email address will not be published.