Latest Odisha News

BREAKING NEWS

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର:ସଶକ୍ତ ହେଉଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ନେତା, ମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକର୍ତ୍ତାମାନେ ଦଳରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଶ୍ରଦ୍ଧାଞ୍ଜଳୀ ରାୟ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି, ବାଲିକୁଦା ଏରସମାର ମାନସ କର ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟପଟେ, ଧାମନଗର ନିର୍ବାଚନ ମଣ୍ଡଳୀର କରଦା ଗ୍ରାମ ପଂଚାୟତ ପୂର୍ବତନ ପଂଚାୟତ ସମିତି ସଦସ୍ୟ ତଥା ବିଜେଡି ସାଧାରଣ ସମ୍ପାଦକ କୁଳମଣି ବେହେରା ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ସଭାପତି ମନମୋହନ ସାମଲ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରି ବିଜେପି ସରକାର ଗଠନ କରିବା ଓଡ଼ିଶାବାସୀଙ୍କ ଲକ୍ଷ୍ୟ । ବିଜେଡି ୨୫ ବର୍ଷ ଧରି ଅନ୍ୟାୟ, ଅନିତି, ଦୁର୍ନୀତି, ଭ୍ରଷ୍ଟାଚାର ଚଳାଇଛି, ବ୍ୟଭିଚାରି ଶାସନକୁ ହଟାଇବା ପାଇଁ ଓଡ଼ିଶାର ଲୋକେ ସଚେତନ ହୋଇଛନ୍ତି । ଚଳିତ ନିର୍ବାଚନ ଲଢ଼ିବାର ଦାୟିତ୍ୱ ନେଇଛନ୍ତି ସାଧାରଣ ଜନତା । ଯୁବକ, କୃଷକ, ମହିଳାଙ୍କ ଉନ୍ନତୀ ପାଇଁ ବିଜେପି ସର୍ବଦା ସଂକଳ୍ପବଦ୍ଧ । ୨୫ବର୍ଷରେ ନବୀନ ଯାହା କରିନି ୫ବର୍ଷ ବିଜେପିକୁ ସରକାର ଆସିଲେ ତାହା କରିଦେଖାଇବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ସମ୍ପାଦକ ସରୋଜ କର, ସୋର ବିଧାୟକ ପ୍ରାର୍ଥୀ ରାଜୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.