Latest Odisha News

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପାସ୍ ହାର ୬୭.୫୬%

ଭୁବନେଶ୍ୱର: ପ୍ରକାଶ ପାଇଛି +୨ କଳା ପରୀକ୍ଷା ରେଜଲ୍ଟ । ଯୁକ୍ତ ୨ କଳାରେ ପାସ୍ ହାର ୬୭.୫୬ ପ୍ରତିଶତ ରହିଛି । ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ସିଏଚଏସଇ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀ www.orissaresults.nic.in ଲଗ୍‌ଇନ କରି ପରୀକ୍ଷା ଫଳ ଦେଖି ପାରିବେ। ଫଳ ପ୍ରକାଶ ହେବା ପରେ ଏବେ ଇସ୍ପେସ୍ ଜରିଆରେ ଶିକ୍ଷାନୁଷ୍ଠାନଗୁଡିକୁ ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ପଠାଯିବ।

ଚଳିର ବର୍ଷ ମୋଟ୍ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ପାସ୍‌ହାରେ ଝିଅମାନେ ପୁଅଙ୍କୁ ପଛରେ ପକାଇଛନ୍ତି। ପୁଅଙ୍କ ପାସ୍‌ ହାର ୫୭.୩୩ ରହିଥିବା ବେଳେ ଝିଅ ପାସ୍‌ ହାର ୭୫.୪୮ ରହିଛି। ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ, ଦ୍ଵିତୀୟ ଶ୍ରେଣୀରେ ୨୬,୦୨୭, ତୃତୀୟ ଶ୍ରେଣୀୟରେ ୧,୦୦,୧୦୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

 

Leave A Reply

Your email address will not be published.