Latest Odisha News

BREAKING NEWS

ବିଚ ରାସ୍ତାରେ ଛୁରୀ ଭୁଷି ଯୁକ୍ତ ତିନି ଛାତ୍ରଙ୍କୁ ହତ୍ୟା, ଦୁଇ ଅଟକ

ରାୟଗଡ଼ା – ବିଚ ରାସ୍ତାରେ ଛୁରୀ ଭୁଷି ଯୁକ୍ତ ତିନି ଛାତ୍ରଙ୍କୁ ହତ୍ୟା । ମୃତକ ଜଣକ ହେଉଛନ୍ତି ପ୍ରମୋଦ କିଲାକା (୨୧) । ନିଜ ମାମୁଁ ଝିଅ ଭଉଣୀଙ୍କୁ ସ୍କୁଟିରେ ନେଇ ସ୍କୁଲରୁ ଫେରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ପ୍ରମୋଦ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଭଣଜା । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷରେ ପଢ଼ୁଥିବା ପ୍ରମୋଦ କିଲାକା ଆଜି ସକାଳୁ ତାଙ୍କ ୫ ବର୍ଷୀୟ ମାମୁଁ ଝିଅ ଭଉଣୀକୁ ସ୍କୁଲରୁ ନେଇ ମାମୁଁ ଘରକୁ ଫେରୁଥିଲେ । ସେହି ସମୟରେ ଗୌତମ ନଗର ଠାରେ ତିନି ଜଣ ଦୁର୍ବୃତ ତାଙ୍କୁ ଅଟକାଇଥିଲେ । ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ଆରମ୍ଭ ହୋଇଥିଲା । ଏହାପରେ ତିନି ଜଣ ଧରିଥିବା ଛୁରୀ ବାହାର କରି ପ୍ରମୋଦଙ୍କ ଛାତିରେ ଭୁଷି ତାଙ୍କୁ ହତ୍ୟା କରିଥିଲା । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପ୍ରମୋଦଙ୍କ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ପୁଲିସ ଶବକୁ ପରିବାରକୁ ହସ୍ତାନ୍ତର କରିଛି ।

ତେବେ ପୁଲିସର ଏକ ଟିମ ରାୟଗଡ଼ା ସହର ଉପକଣ୍ଠସ୍ଥ ସହରତଳି ଅଞ୍ଚଳରୁ ଦୁଇ ଜଣଙ୍କୁ ଧରି ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ଥିବା ବିଭିନ୍ନ ଘରର ସିସିଟିଭି ଅନୁଧ୍ୟାନ କରିଛି ପୁଲିସ । ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ହତ୍ୟାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ରାୟଗଡ଼ା ସହରର ଜନଗହଳିପୂର୍ଣ ସ୍ଥାନରେ ରାତି ପାହିଲା ବେଳକୁ ଚୋରି ଓ ରାହାଜାନୀ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଆଜି ଯୁବକଙ୍କ ଛୁରୀ ଭୁଷି ହତ୍ୟା ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି କରିଛି ।

 

 

Leave A Reply

Your email address will not be published.