Latest Odisha News

BREAKING NEWS

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ସେମିଫାଇନାଲରେ ହାରିଲେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ସେମିଫାଇନାଲ ମୁକାବିଲାରେ ଭାରତ ଏବଂ ପାକିସ୍ତାନ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି । ଅରିଫୁଲ ଇସଲାମଙ୍କ ଚମତ୍କାର ଇନିଂସ ବଳରେ ବାଂଲାଦେଶ ୪ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୮୮ ରନରେ ଅଲଆଉଟ ହୋଇ ଯାଇଥିଲା । ମୁରୁଗାନ ଅଭିଷେକ ୬୨ ଓ ମୁଶୀର ଖାଁ ୫୦ ରନ କରିଥିଲେ । ଜବାବରେ ବାଂଲାଦେଶ ୧୮୯ ରନର ଲକ୍ଷ୍ୟକୁ ପିଛା କରି ବିପଦରେ ପଡିଥିଲେ ମଧ୍ୟ ଇସଲାମ ୯୪ ରନ କରି ଦଳକୁ ବିଜୟୀ କରାଇଥିଲେ ।

ଅନ୍ୟ ଏକ ସେମିଫାଇନାଲରେ ୟୁଏଇ ୧୧ ରନରେ ପାକିସ୍ତାନକୁ ହରାଇ ଦେଇଛି । ୟୁଏଇ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ଆୟାନ ଅଫଜାଲ ଖାଁ ୫୭ ବଲରୁ ୫୫ ଓ ଆର୍ଯ୍ୟଂଶ ଶର୍ମା ୪୬ ରନର ଇନିଂସ ଖେଳିଥିଲେ । ଜବାବରେ ୧୯୪ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୧୮୨ରେ ଅଲଆଉଟ ହୋଇ ଯାଇଥିଲା । ରବିବାର ବାଂଲାଦେଶ ଓ ୟୁଏଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.