Latest Odisha News

BREAKING NEWS

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ୟାକେଜ ଘୋଷଣା । ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚାଷୀ, ଶ୍ରମିକ, କୁଟୀର ଶିଳ୍ପ, ଏମଏସଏମଇ, ମଧ୍ୟମ ବର୍ଗଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ପ୍ୟାକେଜ ଓ ବ୍ୟବସ୍ଥା ରହିବ । ଆସନ୍ତାକାଲିଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ବିଭିନ୍ନ କ୍ଷେତ୍ର ପାଇଁ ରହିଥିବା ପ୍ୟାକେଜ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ପ୍ୟାକେଜ ଭାରତର ଜିଡିପିର ପ୍ରାୟ ୧୦ ପ୍ରତିଶତ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.