Latest Odisha News

BREAKING NEWS

ଗଞ୍ଜାମ: କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି

ପୋଲସରା: ଘରର ଏକମାତ୍ର ରୋଜଗାରିଆ ପୁଅର କରୋନାରେ ମୃତ୍ୟୁ ପରେ ତାଙ୍କ ପରିବାର ପୁନଃ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ।

ଗଞ୍ଜାମ ଜିଲ୍ଲାର ମଧୂପଲ୍ଲୀ ପଞ୍ଚାୟତର ମାଟିଆସାହି ଗ୍ରାମର ଜଣେ ଗରିବ ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରଫୁଲ ବେହାରଙ୍କର ଢୁଙ୍କାପଡା ହାଇ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଗତ ମଇ ୮ ତାରିଖ ଦିନ ମୃତ୍ୟୁ ହୋଇଥିଲା।

ପ୍ରଫୁଲଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିବା ଯୋଗୁଁ ବ୍ରହ୍ମପୁର ଆମ୍ବୁଲାନ୍ସରେ ନେବା ପୂର୍ବରୁ ସେ ସ୍କୁଲ ପାହାଚ ତଳେ ଟଳି ପଡ଼ିଥିଲେ। ପ୍ରଫୁଲ କରୋନା ସଂକ୍ରମିତ ଥିବା ସନ୍ଦେହ କରି ପ୍ରଶାସନ ମୃତକଙ୍କ ପରିବାରଙ୍କୁ ଶେଷ ଦର୍ଶନ ଲାଗି ଶବ ନିକଟକୁବ ମଧ୍ୟ ଛାଡି ନଥିଲେ।

ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇବା ପରେ ପ୍ରଫୁଲଙ୍କ ସ୍କାବ ଟେଷ୍ଟରୁ କରୋନା ପଜିଟିଭ ଥିବା ଜଣାପଡିଥିଲା।

ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛି ମୃତକଙ୍କ ପରିବାର । ସେମାନଙ୍କ କଥା ବୁଝିବାକୁ କେହି ନାହାଁନ୍ତି। ତାଙ୍କର ଚାରି ଝିଅ ଏବଂ ବୃଦ୍ଧ ଶାଶୁଙ୍କୁ ଧରି କିପରି ପରିବାର ପ୍ରତିପୋଷଣ କରିବେ ସେ ଚିନ୍ତାରେ ମୃତ ପ୍ରଫୁଲ୍ଲଙ୍କ ଅସହାୟ ପତ୍ନୀ ।

ଏହି ପରିବାରକୁ ଏପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କଠାରୁ କ କୌଣସି ଆର୍ଥିକ ସହାୟତା ମିଳିନାହିଁ ବୋଲି ମଧୁପାଲିର ସରପଞ୍ଚ କହିଛନ୍ତି। ପୋଲାସରା ବିଧାୟକ ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ୧୦,୦୦୦ ଟଙ୍କା ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.