Latest Odisha News

BREAKING NEWS

ବଜେଟ୍ ଅଧିବେଶନରେ ସକାରାତ୍ମକ ଆଲୋଚନା ହେଉ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଏଥିପାଇଁ ସମସ୍ତ ସାଂସଦଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ପୂର୍ବରୁ ସେ ତାପୂର୍ବରୁ ଗଣମାଧ୍ୟମ ସହ କଥା ହେବା ବେଳେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସବୁ ସାଂସଦ, ରାଜନୈତିକ ଦଳ ଉତ୍ତମ ଚିନ୍ତାଧାରା ନେଇ ଚଳିତ ଅଧିବେଶନରେ ଆଲୋଚନା କରନ୍ତୁ । ଯାହାକି ଦେଶର ପ୍ରଗତିରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ ଅଧିବେଶନ ଉପରେ ନିର୍ବାଚନର କୌଣସି ପ୍ରଭାବ ପଡ଼ିବା ଉଚିତ ନୁହେଁ । ବର୍ତ୍ତମାନ ସାରା ବିଶ୍ୱରେ ଭାରତ ପାଇଁ ଅନେକ ସମ୍ଭବାନା ରହିଛି । ଚଳିତ ବଜେଟ୍ ଅଧିବେଶନ ଦେଶର ଆର୍ଥିକ ପ୍ରଗତି, ଟିକାକରଣ କାର୍ଯ୍ୟକ୍ରମ, ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ ବାବଦରେ ସାରା ବିଶ୍ୱରେ ଏକ ବିଶ୍ୱାସ ସୃଷ୍ଟି କରିବ ।

Comments are closed, but trackbacks and pingbacks are open.