Latest Odisha News

BREAKING NEWS

ବାପା ହେଲେ ନୀଲ୍ ନିତିନ୍ ମୁକେଶ

ବି-ଟାଉନ୍ ଅଭିନେତା ନୀଲ୍ ନିତିନ୍ ମୁକେଶଙ୍କ ଘରକୁ ଏକ ବଡ଼ ଖୁସି ଖବର ଆସିଛି । କାହିଁକି ନା ନୀଲ୍ ଙ୍କ ପତ୍ନୀ ରୁକ୍ମିଣୀ ସହାୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ଖବର ପାଇ ପ୍ରଶଂସକ, ସେଲିବ୍ରିଟି ତଥା ବନ୍ଧୁବାନ୍ଧବଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ନୀଲ୍ଙ୍କ ପୁଅ ୨୦ ସେପ୍ଟେମ୍ବରରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଜନ୍ମଲାଭ କରିଥିବାବେଳେ ଉଭୟେ ମାଆ-ପୁଅ ସୁସ୍ଥ ଥିବା କଥା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନୀଲ୍ ନିତିନ୍ ମୁକେଶ ରୁକ୍ମିଣୀ ସହାୟଙ୍କୁ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ । ଏହି ବିବାହର କିଛି ଫଟୋ ମଧ୍ୟ ମୁକେଶ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଥିଲେ ।

ନିତିନ୍ ମୁକେଶଙ୍କ ପୁତ୍ର ତଥା ବଲିଉଡ୍ ଷ୍ଟାର ସନ୍ ଭାବେ ବେଶ୍ ପରିଚିତ ନୀଲ୍ ନିତିନଙ୍କ ହାତରେ ଏବେ ପ୍ରାୟ ୪ଟି ସିନେମା ରହିଛି । ସେ ସୁଟିଂ ସେଟରେ ବେଶ୍ ବ୍ୟସ୍ତ ରହୁଥିଲେ ବି ପୁଅ ପାଇଁ କିଛି କିଛି ସମୟ ବାହାର କରୁଛନ୍ତି । ନିକଟରେ ବଲିଉଡ଼ର କିଛି ନାମୀଦାମୀ କଳାକାରଙ୍କୁ ନେଇ ଏକ ଛୋଟ ପାର୍ଟିଟେ ମଧ୍ୟ ଆୟୋଜନ କରିଥିଲେ ନୀଲ୍ ନିତିନ ।

ନୀଲ୍ ନିତିନ ଓ ରୁକ୍ମିଣୀ ଏବେ ପୁଅ ଲାଗି ଅଧିକ ସମୟ ଦେବେ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି ନୀଲ୍ ନୀତିନ । ବଲିଉଡରେ ବେଶ୍ ପରିଚିତ ନୀଲ୍ ନିତିନଙ୍କ ପୁଅ ହେବା ଖବର ପାଇବା ପରେ ଶାହରୁଖ ଖାନ, ସଲମାନ୍ ଖାନ୍ ଓ ଅକ୍ଷୟ କୁମାର ତାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିଲେ ।

ଶାହରୁଖ ଓ ଅକ୍ଷୟ କୁମାର ନୀଲ ନିତିଙ୍କୁ ବେଶ୍ ମଜ୍ଜା ମଜ୍ଜା କଥା ଟ୍ୱିଟ୍ କରି ଲେଖିଛନ୍ତି । ଶାହରୁଖ ଖାନ୍ ନୀଲଙ୍କ ପୁଅ ଓ ପତ୍ନୀଙ୍କ ସୁସ୍ଥତା ସମ୍ପର୍କରେ ନୀଲଙ୍କୁ କିଛି ଉପଦେଶ ଦେଇଛନ୍ତି । ତେବେ ଯାହାବିହେଉ ଷ୍ଟାର୍ ସନ୍ ନୀଲ୍ ନୀତିନ୍ ମୁକେଶ ସବୁବେଳେ ଉଦାସ ରହୁଥିଳେ ବି ଆଜିକାଲି ବେଶ୍ ଖୁସ୍ ଅଛନ୍ତି ।

Leave A Reply

Your email address will not be published.