Latest Odisha News

BREAKING NEWS

ଧିରେ ଧିରେ ଲକଡାଉନ୍ ପ୍ରତ୍ୟାହାର ଲାଗି ରାଜ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କହିଛନ୍ତି ଯେ, ଧିରେ ଧିରେ ଦେଶରୁ ଲକଡାଉନ୍ ପ୍ରତ୍ୟାହାର କରାଯିବ । ଏବେ କରୋନା ପବବର୍ତ୍ତୀ ଜୀବନ ଲାଗି ପ୍ରସ୍ତୁତ ହେବାକୁ ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ପରାମର୍ଶ ଦେଇଛନ୍ତି ।

କରୋନା ଭୂତାଣୁ ସଂକ୍ରମଣ ହେବା ପରେ ପଞ୍ଚମ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।

“ଜନ ସେ ଲେକର୍ ଜାଗ୍ ତକ୍” ବା ଜଣେ ବ୍ୟକ୍ତି ବିଶେଷଠାରୁ ସମଗ୍ର ମାନବ ସତ୍ତା ପର୍ଯ୍ୟନ୍ତ ଆଗାମୀ ଜୀବନ ଅତିବାହିତ ହେବ । ଏହି ଯୁଦ୍ଧରେ ସାରା ବିଶ୍ୱ କରୋନା ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ କରୋନା ପରିସ୍ଥିତିରେ ଦୁଇ ଭାଗରେ ବିଭକ୍ତ ହେବ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତା ମେ ୧୭ରେ ଲକ୍ଡାଉନ ହେବାର ସମ୍ଭାବନା ନଥିବାର ଇଙ୍ଗିତ ପ୍ରଦାନ କରି ମୋଦୀ କହିଛନ୍ତି ଯେ, ଏବେ ମଧ୍ୟ କରୋନା ଭୂତାଣୁ ଉପଶମ ଲାଗି କୌଣସି ପ୍ରକାର ଔଷଧ କିମ୍ବା ଟୀକା ଉଦଭାବନ ନ ହୋଇଥିବା ବେଳେ ଆମେ ମଧ୍ୟ ଲକ୍ଡାଉନ ପ୍ରତ୍ୟାହାର ଲାଗି ଉଦ୍ୟତ ହେଉଛନ୍ତି । ଏହି ମହାମାରୀର ମୁକାବିଲା ଲାଗି ଆମ ପାଖରେ ଯେଉଁ ଅମୋଘ ଅସ୍ତ୍ର ରହିଛି ତାହା ହେଉଛି ‘ସାମାଜିକ ଦୂରତା ।’

୍ଣସେହିପରି ଭାବେ ପର୍ଯ୍ୟଟନ ଶିଳ୍ପ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେଉଁଭଳି ଭାବେ ପ୍ରଥମ ଲକ୍ଡାଉନରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଦ୍ୱୀତିୟ ଲାଗି ପ୍ରଯୁ୍ୟଜ୍ୟ ନୁହେଁ, ସେହିପରି ଭାବେ ଏହା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲାଗି ମଧ୍ୟ ନୁହେଁ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.