Latest Odisha News

BREAKING NEWS

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଚାମୁଣ୍ଡା ଗ୍ରାମରେ ଆଜି ବଜ୍ରପାତରେ ରାମଚନ୍ଦ୍ର ଗୌଡ଼ (୩୨)ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି |

ସେହିପରି ଭାବେ ବଜ୍ରପାତରେ ସୁନୀଲ କୁମାର ରାଉତଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି |

ଅଧିକ ପଢନ୍ତୁ: କରୋନା ଭୟ: ମୁମ୍ବାଇରୁ ଚାଲିଚାଲି ନୂଆପଡା ଫେରିଲେ ପ୍ରବାସୀ ଶ୍ରମିକ

ମିଳିଥିବା ସୂଚନାନୁଯାୟୀ, ରବିବାର ସନ୍ଧ୍ୟାରେ ସୁନୀଲ ଓ ରାମଚନ୍ଦ୍ର ନିଜର କାଜୁ ବଗିଚାକୁ କାଜୁ ତୋଳିବା ପାଇଁ ଯାଇଥିଲେ ସେଠାରେ କାଜୁ ତୋଳିବା ସମୟରେ ହଠାତ ବଜ୍ରପାତ ହୋଇଥିଲା |

ବଜ୍ରପାତରେ ରାମଚନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁନୀଲ ଗୁରୁତର ହୋଇଥିଲେ |ଶବକୁ ଜବତ କରି ଭଞ୍ଜନଗର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଯାଇଥିବା ଥାନାଧିକାରୀ ଯୁବରାଜ ସ୍ୱାଇଁ ସୂଚନା ଦେଇଛନ୍ତି |

Leave A Reply

Your email address will not be published.