Latest Odisha News

BREAKING NEWS

ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ବୋଲି କହିଛନ୍ତି । ରବିବାର ଏ ନେଇ ବହୁତ ଚିନ୍ତା କରିଛି ବୋଲି ସେ କହିଛନ୍ତି । ଫେସବୁକ୍, ଟୁଇଟର, ଇନଷ୍ଟ୍ରାଙ୍ଗାମ ଓ ୟୁଟୁ୍ୟବରେ ମୋଦିଙ୍କ ଅନେକ ପ୍ରଶଂସକ ଅଛନ୍ତି । ସେ କାହିଁକି ଏହି ଭଳି ନିଷ୍ପତି ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।

ଟୁଇଟରରେ ତାଙ୍କର ୫ କୋଟି ୩୩ ଲକ୍ଷ ୭୦ ହଜାର ଫଲୋର୍ସ ଅଛନ୍ତି । ସେ ୨୩୭୩ ଲୋକଙ୍କୁ ଫଲୋ କରୁଛନ୍ତି । ସେହିପରି ଫେସବୁକରେ ୪କୋଟି ୪୭ ଲକ୍ଷ ଓ ୟୁଟୁ୍ୟବରେ ୪୫ ଲକ୍ଷ ପ୍ରଶଂସକ ଅଛନ୍ତି । ଏହା ବ୍ୟତୀତ ଇନଷ୍ଟ୍ରାଙ୍ଗାମରେ ୩ କୋଟି ୫୨ ଲକ୍ଷ ଫଲୋର୍ସ ଅଛନ୍ତି ।

Leave A Reply

Your email address will not be published.