Latest Odisha News

ଭାରତୀୟ ପୁରୁଷ ହକି ଟିମକୁ ସର୍ବୋଚ୍ଚ ରାଙ୍କିଙ୍ଗ୍

ଲୌସାନେ:ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଏହା ଭାରତର ସର୍ବୋଚ୍ଚ ରାଙ୍କିଙ୍ଗ୍ । ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ୟ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି ।

BjdElectrycity

ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନା  ପଞ୍ଚମକୁ ଖସି ଆସିଛି। ବିଶ୍ୱକପ୍ ବିଜେତା ବେଲଜିୟମ ଶୀର୍ଷ ସ୍ଥାନ ବଜାୟ ରଖିଛି।  ଅଷ୍ଟ୍ରେଲିଆ ଦ୍ୱିତୀୟ ଏବଂ ନେଦରଲ୍ୟାଣ୍ଡ ଦଳ ତୃତୀୟ ସ୍ଥାନରେ ରହିଛନ୍ତି। ଜର୍ମାନୀ ଓ ଇଂଲଣ୍ଡ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ମହିଳା ବର୍ଗରେ ଭାରତ ନବମ ସ୍ଥାନରେ  ରହିଛି। ନେଦରଲ୍ୟାଣ୍ଡ୍ ଶୀର୍ଷ ସ୍ଥାନ ଏବଂ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଜର୍ମାନୀ ଏବଂ ଇଂଲଣ୍ଡ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.