Latest Odisha News

BREAKING NEWS

‘କଂଗ୍ରେସ ଯେଉଁଠି ଆସିଛି ସେଠାରେ ବିନାଶ ଆଣିଛି’

ଭୋପାଳ: ମଧ୍ୟପ୍ରଦେଶରେ ଜୋରଦାର ଚାଲିଛି ବିଧାନସଭା ନିର୍ବାଚନୀ ପ୍ରଚାର । ଏନେଇ ଆଜି ସତନାରେ ପହଞ୍ଚି ଏକ ବିଶାଳ ଜନସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ଯେ ଆଜି ସାରା ବିଶ୍ୱରେ ଭାରତର ସ୍ୱର ଶୁଣିବାକୁ ମିଳୁଛି ଏବଂ କଂଗ୍ରେସ ନିରାଶ ହୋଇଛି ।

ଏହି ସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ‘ରାମ ମନ୍ଦିର ନିର୍ମାଣ କରାଯାଉଛି ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସମସ୍ତଙ୍କର ବିକାଶ ପାଇଁ ସମୟ ଆସିଛି । ମଧ୍ୟପ୍ରଦେଶରେ ଗରିବଙ୍କ ପାଇଁ ଲକ୍ଷ ଲକ୍ଷ ଘର ନିର୍ମାଣ କରାଯାଇଛି । ଘର ଯୋଗାଇବା ପାଇଁ ମୋଦି ଗ୍ୟାରେଣ୍ଟି ଦେଉଛି । ଏମପିର ପ୍ରତ୍ୟେକ କାର୍ଯ୍ୟରେ କଂଗ୍ରେସ ସରକାର ବାଧା ସୃଷ୍ଟି କରିଥିଲା ​​ଏବଂ କଂଗ୍ରେସ ରାଜ୍ୟକୁ ଏକ ଅନ୍ଧକାର କୂଅ ଭିତରକୁ ଠେଲି ଦେଇଥିଲା’ ।

କଂଗ୍ରେସ ଉପରେ ଆଟାକ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଜି ସାରା ବିଶ୍ୱରେ ଭାରତର ସ୍ୱର ଶୁଣିବାକୁ ମିଳୁଛି । ଆପଣମାନଙ୍କ ଭୋଟ୍ ହେତୁ ଦେଶର ଶତ୍ରୁଙ୍କର ସାହାସ ଭାଙ୍ଗି ଚିରମାର ହୋଇଛି । କଂଗ୍ରେସର ମିଥ୍ୟା ପ୍ରଚାର ଫେଲ ମାରିଛି । ମଧ୍ୟପ୍ରଦେଶର ବିକାଶ ପାଇଁ କଂଗ୍ରେସର କୌଣସି ରୋଡମ୍ୟାପ ନାହିଁ । କଂଗ୍ରେସର ଚେହେରା କ୍ଳାନ୍ତ ଓ ପରାଜିତ । କଂଗ୍ରେସ ଯେଉଁଠି ଆସିଛି ସେଠାରେ ସେ ବିନାଶ ଆଣିଛି ।

ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ବର୍ତ୍ତମାନ ମୁଁ ଯେଉଁଆଡ଼େ ଯାଉଛି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଷୟରେ ଆଲୋଚନା ହେଉଛି । ସବୁଆଡେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ କେଉଁଠି ଅଟକିବାର ନାହିଁ, ଥକିବାର ନାହିଁ ଏବଂ ବିଶ୍ରାମର ତ ପ୍ରଶ୍ନ ହିଁ ଉଠୁନାହିଁ’ ।

Leave A Reply

Your email address will not be published.