Latest Odisha News

BREAKING NEWS

ଗୁମ୍ଫା ଭିତରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: BSF ଯବାନଙ୍କୁ ବଡ଼ ସଫଳତା । ମାଓ ଯୋଜନା ପଣ୍ଡ କରିଛନ୍ତି BSF ଯବାନ । ମାଲକାନଗିରି ଜିଲ୍ଲା ଦ୍ୱିତୀୟ ବାଟାଲିୟନ ବି.ଏସ୍‌ଏଫ ଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଯୋଜନା କରିଥିବା ନେଇ ସୂଚନା । ଏବେବି BSF ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଓଡିଶା ଛତିଶଗଡ ସୀମାନ୍ତବର୍ତୀ ଅଞ୍ଚଳ କିରିମିଟି ଓ ତୁଳସୀ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଦ୍ୱିତୀୟ ବାଟାଲିୟନ ବି.ଏସ୍‌.ଏଫ୍ ଜବାନ ମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଗୋଟିଏ ସ୍ଥାନରେ ମାଓ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ । ଉକ୍ତ ସ୍ଥାନକୁ ଯାଇ ମାଟିତଳେ ପୋତା ହୋଇଥିବା ମାଓ ସାମଗ୍ରୀ ଗୁଡିକ ଜବତ କରିଥିଲେ BSF ଯବାନ ।

ଜବତ ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରୁ ଆଲୁମିନିୟମ କଣ୍ଟେନର ଗୋଟିଏ, ବିନା ତାର ବାଟେରି ଓ ଆଣ୍ଟେନା ସେଟ୍ ଗୋଟିଏ, ଗ୍ରାନେଡ୍ ଗୋଟିଏ, ୧୨ ବୋର ଅମୁନେସନ୍ ଚାରୋଟି, ମାଓ ପୁସ୍ତକ ୮୨ଟି, ପ୍ଲାଷ୍ଟିକ୍ ସିଟ୍ ଓ ଟାର୍ପଲିନି ଗୋଟିଏ, ବ୍ୟାଗ ଛଅଗୋଟି ଜବତ କରିଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ନକ୍ସଲ ରଚିଥିବା ଯୋଜନାକୁ ବିଏସଏଫ ପଣ୍ଡ କରିଛି । ଆଖପାଖ ଅଞ୍ଚଳରେ ନକ୍ସଲ ଓ ଆହୁରି ଅସ୍ତ୍ରଶସ୍ତ୍ର ଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.