Latest Odisha News

ମହାକୁମ୍ଭ ଅଘଟଣ: ସ୍ଥିତି ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦଳାଚକଟା ସ୍ଥିତିକୁ ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ କଥା ହେଲେ ମୋଦୀ । ଏକ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ଯୋଗୀଙ୍କ ସହ କଥା ହେଲେ ମୋଦୀ । ଯୋଗୀଙ୍କ ସହ କଥା ହୋଇ ସ୍ଥିତି ସଂପର୍କରେ ପଚାରି ବୁଝୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ । ସେପଟେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସମସ୍ତ ସହାୟତା ଯୋଗାଇବ ବୋଲି ଯୋଗୀଙ୍କୁ ଆଶ୍ବସନା ଦେଇଛନ୍ତି ଗୃହମନ୍ତ୍ରୀ ।

ପ୍ରୟାଗରାଜ ମହାକୁମ୍ବରେ ମୌନି ଅମାବାସ୍ୟା ଉପଲକ୍ଷେ ଅମୃତ ସ୍ନାନ ସମୟରେ ପ୍ରବଳ ଭିଡ କାରଣରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଦଳଚକଟାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଅନେକ ଭକ୍ତ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାରିଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ବର୍ତ୍ତମାନ ସବୁକିଛି ନିୟନ୍ତ୍ରଣରେ ଅଛି।

ସେପଟେ ଦଳାଚକଟା ପରେ ୧୩ଟି ଆଖଡାର ସାହିସ୍ନାନ ରଦ୍ଦ କରାଯାଇଛି। ମ୍ଭମେଳାରେ ପ୍ରାୟ ୧୦ କୋଟି ଲୋକଙ୍କ ସମାଗମ ହୋଇଛି । ସୋମାନଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମୃତ ସ୍ନାନକୁ ରଦ୍ଦ କରାଯାଉଛି ।ଏପରିକି ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ସାମୟିକ କଟକଣା ଜାରି କରିଛି ପ୍ରଶାସନ । ବର୍ତ୍ତମାନ ପାଇଁ ୪୪ ଟି ଘାଟକୁ ବନ୍ଦ କରିଦିଆଯାଇଛି । ଘଟଣା ଉପରେ ନଜର ରଖିଛି ୟୁପି ପ୍ରଶାସନ ।

Comments are closed.