Latest Odisha News

BREAKING NEWS

ଚେନ୍ନାଇରେ ମୋଦୀ-ଜିନପିଙ୍ଗ ବୈଠକ: ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ସହମତି

ଚେନ୍ନାଇ: ଆତଙ୍କବାଦ ବିରୋଧରେ ଭାରତ ଓ ଚୀନ ମିଳିତ ଭାବେ ଲଢେଇ କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟ ନରେନ୍ଦ୍ର ମୋଦୀ ଓ ଜି ଜିନପିଙ୍ଗ ଶନିବାର ଦିନ ଚେନ୍ନାଇଠାରେ ଏକ ଅନୌପଚାରିକ ବୈଠକରେ ସହମତି ପ୍ରକାଶ କରିଛନ୍ତି ।

ଚେନ୍ନାଇର ଶେରାଟନ ଗ୍ରାଣ୍ଡ ହୋଟେଲରେ ମୋଦୀ ଓ ଜିନପିଙ୍ଗଙ୍କ ଦ୍ୱିତୀୟ ଦିବସ ବୈଠକ ଅନୁÂିତ ହୋଇଛି । ଏହି ଅନୌପଚାରିକ ବୈଠକରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ସମ୍ପର୍କ ସମ୍ବନ୍ଧରେ ଆଲୋଚନା ହୋଇଛି ।

ଭାରତ-ଚୀନ ବ୍ୟାବସାୟିକ ଅସନ୍ତୁଳନତାକୁ ପ୍ରାଥମିକତା ଦୃଷ୍ଟିରୁ ଗୁରୁତ୍ୱ ଦିଆଯିବା ସହିତ ଆତଙ୍କବାଦ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇଦେଶ ଲଢେଇ କରିବାକୁ ଉଦ୍ୟମ କରିବେ । ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଅନେକ ସମୟ ଧରି କଥାବାର୍ତ୍ତା ହୋଇଥିଲା । ଏହି ଆଲୋଚନାରେ ଦ୍ୱିପାକ୍ଷୀକ ସମ୍ପର୍କକୁ ସୁଦୃଢ କରିବା ନେଇ ଦୁଇ ନେତା ସମହତି ପ୍ରକାଶ କରିଛନ୍ତି ।

ଏହି ଅବସରରେ ଉଭୟ ଦେଶର ପ୍ରତିନିଧୀମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଶନିବାର ଦିନ ଅନୁÂିତ ହୋଇଯାଇଛି । ଏହି ବୈଠକରେ ଚୀନ ରାଷ୍ଟ୍ରମୁଖ ଜି ଜିନପିଙ୍ଗଙ୍କ ସମେତ ଚୀନ ବୈଦେଶିକ ବ୍ୟାପାର ଉଚ୍ଚ ପ୍ରତିନିଧିମାନେ ଯୋଗଦେଇଛନ୍ତି । ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ନ୍ୟାସନାଲ୍ ସିକୁ୍ୟରିଟି କାଉନସିଲ (ଏନଏସଏ) ଉପଦେଷ୍ଟା ଅଜିତ ଡେ଼ାଭାଲ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ତଥା ବୈଦେଶିକ ସଚିବ ବିଜୟ ଗୋଖଲେ ଏହି ବୈଠକରେ ଯୋଗଦେଇଛନ୍ତି ।

Leave A Reply

Your email address will not be published.