Latest Odisha News

BREAKING NEWS

ତାମିଲନାଡୁରେ ଭାରତୀଦାସନ ବିଶ୍ୱବିଦ୍ୟାଳୟ ର ୩୮ ତମ ସମାରୋହରେ ସାମିଲ ହେଲେ ମୋଦି

ଚେନ୍ନାଇ: ଦୁଇ ଦିନିଆ ଦକ୍ଷିଣଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଥମେ ତାମିଲନାଡୁରେ ପହଞ୍ଚି ତ୍ରିଚି ଭାରତୀଦାସନ ବିଶ୍ୱବିଦ୍ୟାଳୟର ୩୮ ତମ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀଦାସନ ବିଶ୍ୱବିଦ୍ୟାଳୟର ଏହି ସମାରୋହରେ ସାମିଲ ହେବା ମୋ ପାଇଁ ସ୍ବତନ୍ତ୍ର ଅଟେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏହି ସମ୍ମିଳନୀରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ ।

ଚଳିତ ବର୍ଷର ଏହା ମୋର ପ୍ରଥମ ଜନ ସମ୍ବୋଧନ । ମୁଁ ତାମିଲନାଡୁ ପରି ଏକ ସୁନ୍ଦର ରାଜ୍ୟକୁ ଆସି ବହୁତ ଖୁସୀ । ଦେଶର ଆଗାମୀ ଭବିଷ୍ୟତ ପାଇଁ ଶିକ୍ଷାର ଗୁରୁତ୍ୱ ଉପରେ କହିବା ସହ ସ୍ନାତକୋତ୍ତର ଛାତ୍ରମାନଙ୍କ ଏକାଡେମିକ ଉତ୍କର୍ଷକୁ ପ୍ରଶଂସା କରିଥିଲେ । ଏହି ଉଦଘାଟନ ସମୟରେ ତାମିଲନାଡୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ଏଥିସହ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ୧୧୦୦ କୋଟିରୁ ଅଧିକ ଟଙ୍କା ନିବେଶ ହୋଇଛି । ନୂତନ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି । ଏହାସହିତ ତାମିଲନାଡୁର ରେଳପଥ, ରାଜପଥ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପରମାଣୁ ଶକ୍ତି ଏବଂ ଉଚ୍ଚଶିକ୍ଷା ସମ୍ବନ୍ଧୀୟ ୨୦ ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ।

ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ୭୪ ରୁ ୧୫୦ କୁ ବୃଦ୍ଧି ପାଇଛି । ତାମିଲନାଡୁ ଏକ ସମୁଦ୍ର ତଟ । ଭାରତର ପ୍ରମୁଖ ବନ୍ଦରଗୁଡିକର ମୋଟ ମାଲ ପରିବହନ କ୍ଷମତା ୨୦୧୪ ମସିହାରୁ ଦ୍ୱିଗୁଣିତ ହୋଇଥିବା କହିଛନ୍ତି ମୋଦି ।

ଏହାପରେ କୋଚି-ଲାକ୍ଷାଦ୍ୱୀପ ଆଇସଲାଣ୍ଡ ସବମେରାଇନ ଅପଟିକାଲ ଫାଇବର ପ୍ରକଳ୍ପର ଶୁଭାରମ କରିବେ ନରେନ୍ଦ୍ର ମୋଦି । କାଦମତ ଠାରେ ଲୋ ଟେମ୍ପରେଚର ଥର୍ମାଲ ଡେଷ୍ଟିଲେସନ ପ୍ରକଳ୍ପ ଉଦଘାଟନ କରିବେ । ଯାହା ପ୍ରତିଦିନ ଦେଢ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇବ ।

Leave A Reply

Your email address will not be published.