Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ହେମନ୍ତ ସୋରେନ୍ !

ରାଞ୍ଚି; ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ ପତ୍ନୀ କଳ୍ପନା ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି ଯେ, ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ ଅହମ୍ମଦ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ସ୍ୱୀକାର କରାଯାଇଛି। ଆଗକୁ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ପତ୍ନୀ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ନୂଆ ବର୍ଷ ସୋରେନ ପରିବାର ପାଇଁ କଷ୍ଟଦାୟକ ହେବ।’ ଏଭଳି ପୋଷ୍ଟ ପରେ କଳ୍ପନାଙ୍କୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ, ରାଞ୍ଚି ଜମି ଦୁର୍ନୀତି ମାମଲାରେ ହାଜର ହେବାକୁ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାତ ଥର ସମନ ଜାରି କରିସାରିଲାଣି। ଦୁର୍ନୀତି ମାମଲାର ଇଡି ତାଙ୍କୁ ଗିରଫ କରିବାର ଆଶଙ୍କା ରହିଛି। ଏହାକୁ ନେଇ ହେମନ୍ତ ଭୟଭିତ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବାକୁ ଯୋଜନା କରୁଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ ବିନା କୌଣସି କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ହେମନ୍ତ ଇଡିର ସମନକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟ ଓ ଝାଡଖଣ୍ଡ ହାଇକୋର୍ଟର ଦ୍ୱାରସ୍ଥ ହୋଇସାରିଛନ୍ତି। କିନ୍ତୁ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ର ସରକାର ବିରୋଧୀ ଦଳର ନେତାଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଟାର୍ଗେଟ କରୁଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ଏଭଳି କରୁଥିବା ହେମନ୍ତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.