ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ନାଲି ଆଖି ଦେଖାଇଛି । ବିଭିନ୍ନ ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଏଭଳି ସମୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସାଢ଼େ 12ଟାରେ ବୈଠକ ବସିବ । ବିଶେଷ କରି ମହାରାଷ୍ଟ୍ର, କେରଳ, ପଞ୍ଜାବ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, ଛତିଶଗଡ଼ ଓ ହିମାଚଳପ୍ରଦେଶ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସଂକ୍ରମଣକୁ ରୋକିବା ଦିଗରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏସବୁ ରାଜ୍ୟରେ ସଂକ୍ରମଣ ବଢୁଛି ।
ସେହିପରି ଆଜିର ବୈଠକରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟକୁ ବି ସାର୍ବଜନୀନ କରାଯିବ । ହଠାତେ ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସ୍ଥିତି ପରଖିଥିଲା । ମହାରାଷ୍ଟ୍ରରେ ମହାମାରୀ ପ୍ରକୋପ ଅଧିକ ରହିଛି ।
ସେହିପରି ଟିକାକରଣ ଅଭିଯାନ ବାବଦରେ ବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଦେଶରେ ଟିକାକରଣ ପରେ ପ୍ରଥଣ ଥର ଏଭଳି ବୈଠକ ବସୁଛି । ଟିକାକରଣ ଅଗ୍ରଗତି ଓ ଏକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ବାବଦରେ ବି କଥା ହୋଇପାରନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣକୁ ରୋକିବା ଓ ଟିକାକରଣ ଅଭିଯାନ ନେଇ ମୁଖ୍ୟମନ୍ତ୍ରୀଙ୍କ ମତାମତ ବି ଲୋଡ଼ିବେ ପ୍ରଧାନମନ୍ତ୍ରୀ ।
BREAKING NEWS
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
- ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…
- ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ; ନୀଳ ଅର୍ଥନୀତି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକତ୍ରିତ…
- ଆଇସିସି ଟି୨୦ ବିଶ୍ୱକପ ୨୦୨୬: ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
- ପିଏମ୍ କିଷାନ ଉତ୍ସବ ଦିବସ; ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି
Comments are closed.