Latest Odisha News

BREAKING NEWS

ହାଇଦ୍ରାବାଦ ପୌର ନିର୍ବାଚନ ପରେ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ କେସିଆର: ମୋଦୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦାବି କରିଛନ୍ତି ଯେ ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ। କିନ୍ତୁ ସେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଛନ୍ତି।

ତେଲେଙ୍ଗାନାରେ ଏକ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ନିର୍ବାଚନ ପରେ କେସିଆର ତାଙ୍କୁ ଦିଲ୍ଲୀରେ ଭେଟିବାକୁ ଆସିଥିଲେ ଏବଂ ସେ ଏନଡିଏରେ ସାମିଲ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ କେସିଆରଙ୍କ କାରନାମା ଯୋଗୁଁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ମୋଦୀ କହିଛନ୍ତି।

ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସରକାର ରାଜ୍ୟର ବିକାଶ ପାଇଁ ଆସିଥିବା କେନ୍ଦ୍ରୀୟ ପାଣ୍ଠିକୁ ଲୁଟି ନେଉଥିବା ମଧ୍ୟ ମୋଦୀ ଦାବି କରିଛନ୍ତି। କଂଗ୍ରେସ ଟିଆରଏସକୁ ସମର୍ଥନ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଯେବେଠୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ସେବେଠାରୁ ସେ ଯେବେ ହାଇଦ୍ରାବାଦ ଆସନ୍ତି କେସିଆର ସୌଜନ୍ୟତା ଦୃଷ୍ଟିରୁ ମଧ୍ୟ ସ୍ବାଗତ କରିବାକୁ ଆସନ୍ତି ନାହିଁ ବୋଲି ମୋଦୀ ଦାବି କରିଛନ୍ତି।

କେସିଆର ଏଯାଏଁ ମୋଦୀଙ୍କ ଦାବି ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Leave A Reply

Your email address will not be published.