Latest Odisha News

BREAKING NEWS

ନ୍ୟୁଜ କ୍ଲିକ୍ ଉପରେ ରେଡ୍, ମୋଦୀ ସରକାରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ମୋଦୀ ସରକାର କ୍ଷମତାକୁ ଆସିବା ପରେ ସତ କହୁଥିବା ସାମ୍ବାଦିକଙ୍କୁ ଟାର୍ଗେଟ୍ କରି ଗଣମାଧ୍ୟମର କଣ୍ଠରୋଧ କରୁଥିବା ବିରୋଧୀ ଦଳ ଇଣ୍ଡିଆ ଗ୍ରୁପ୍ ଅଭିଯୋଗ କରିଛି। ବାମପନ୍ଥୀ ନ୍ୟୁଜ୍ ଓ୍ୱେବସାଇଟ୍ NewsClick ସହ ଜଡ଼ିତ 30 ଜଣ ସାମ୍ବାଦିକଙ୍କ ଘରେ ଦିଲ୍ଲୀ ପୁଲିସ ଚଢ଼ଉ କରିବା ପରେ ଏହି ଇଣ୍ଡିଆ ମେଣ୍ଟ ସମାଲୋଚନା କରିଛି।

ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ ସରକାର ପୁଞ୍ଜିପତିମାନଙ୍କ ଦ୍ୱାରା ମିଡିଆ କମ୍ପାନୀକୁ ଅଧିଗ୍ରହଣକୁ ସୁଗମ କରି” ନିଜର ପକ୍ଷପାତୀ ଏବଂ ଆଦର୍ଶଗତ ସ୍ୱାର୍ଥ ପାଇଁ ମିଡିଆକୁ ଏକ ମୁଖପାତ୍ରରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି।

ସରକାର ସୂଚନା ପ୍ରଯୁକ୍ତି ନିୟମର ଅପବ୍ୟବହାର କରି ସକ୍ରିୟ ଭାବରେ ଗଣମାଧ୍ୟମକୁ ଦୁର୍ବଳ କରିବା ଏବଂ ସାମ୍ବାଦିକମାନଙ୍କୁ ଭ୍ରୂକ୍ଷେପ କରୁଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଛି।

ଏହି ଚଢ଼ାଉକୁ ନେଇ ଇଣ୍ଡିଆ ମେଣ୍ଟର ଅନେକ ନେତା ସରକାରଙ୍କୁ ସମାଲୋଚନା କରିଛନ୍ତି, ଭାରତକୁ ‘ଗଣତନ୍ତ୍ରର ଜନନୀ’ ବୋଲି ସରକାର ଦାବି କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭିନ୍ନ ନେତା କହିଛନ୍ତି।

କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଏହି ଚଢ଼ାଉ ଗଣତନ୍ତ୍ରର ଜନନୀଙ୍କ କାମ ନୁହେଁ, ବରଂ ଏକ ଅସୁରକ୍ଷିତ ଓ ନିରଙ୍କୁଶ ରାଷ୍ଟ୍ରର କାମ।

ଆମ୍ ଆଦମୀ ପାର୍ଟି କହିଛି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ବାଦିକମାନଙ୍କୁ ଭୟଭୀତ କରୁଛି ଏବଂ ଟିଏମସିର ମହୁଆ ମୈତ୍ରା ସରକାରଙ୍କୁ ପରିହାସ କରି କହିଛନ୍ତି ଯେ ନ୍ୟୁ ଇଣ୍ଡିଆ ପ୍ରେସକୁ ଗମ୍ଭୀରତାର ସହ ନେଉଛି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ଏହି ଚଢ଼ାଉ ବିଜେପିର ପରାଜୟର ସଙ୍କେତ।

ସିପିଏମ୍ ମୁଖ୍ୟ ସୀତାରାମ ୟେଚୁରୀ ଏହି ଚଢ଼ାଉକୁ ନିନ୍ଦା କରିବା ସହ ଏହା ଅଭିବ୍ୟକ୍ତିର ମୌଳିକ ଅଧିକାର ଉପରେ ଆକ୍ରମଣ ବୋଲି କହିଛନ୍ତି।

ସିପିଆଇ ସାଂସଦ ବିନୟ ବିଶ୍ୱମ କହିଛନ୍ତି ଯେ, ମୋଦୀ ସରକାରଙ୍କ ଗଣମାଧ୍ୟମ ଉପରେ ଦମନଲୀଳା ଭାରତକୁ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ତଳ ଆଡୁ ଥିବା 20ଟି ଦେଶ ମଧ୍ୟରେ ଆଣିଛି। ସାମ୍ବାଦିକଙ୍କୁ ଟାର୍ଗେଟ କରିବା ବନ୍ଦ କରିବା ସହ ଗଣମାଧ୍ୟମକୁ ଅବାଧରେ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ବିରୋଧୀ।

Leave A Reply

Your email address will not be published.