Latest Odisha News

୨୯ରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ସେଥିପାଇଁ କେନ୍ଦ୍ରମନ୍ତ୍ରୀମାନେ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି । ଏହାରି ଭିତରେ ପୁଣିଥରେ ଆସନ୍ତା ୨୯ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନିର୍ବାଚନୀ ପ୍ରଚାର ପାଇଁ ବାରିପଦା, ବାଲେଶ୍ଵର ଓ କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ମୋଦୀ ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ପୂର୍ବରୁ ବିଜେପିର ବରିଷ୍ଠ ତ୍ରିବେନ୍ଦ୍ର ସିଂ ରାୱତ ଓ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେନେଇ ଉଭୟ ନେତା ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।ବିକାଶର ନାରା, ପରିବର୍ତନର କଥା କହି ପ୍ରଧାନମନ୍ତ୍ରୀଙ୍କ ଚେହେରା ଓ ମୋଦୀ ଗ୍ୟାରେଂଟିକୁ ସାମ୍ନାରେ ରଖି ଭୋଟରଙ୍କ ମୁଡ ବଦଳାଇ ଦେବାକୁ ଯୋଜନା କରିଛି ବିଜେପି । ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଭୋଟରେ ପରିଣତ କରିବାକୁ ବିଜେପି ସ୍ୱତନ୍ତ୍ର ରଣନୀତି କରିଛି ।

Leave A Reply

Your email address will not be published.