ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରବାଡୋସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଟନୈତିକ ନେତୃତ୍ୱ ଏବଂ ମୂଲ୍ୟବାନ ସହାୟତା ପାଇଁ ପ୍ରତିଷ୍ଠିତ ସମ୍ମାନଜନକ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାରବାଡୋସ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
ତେବେ ୨୦ ନଭେମ୍ବର, ୨୦୨୪ରେ ଗୁୟାନାର ଜର୍ଜଟାଉନରେ ବାରବାଡୋସ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟଲି ଏନେଇ ଘୋଷଣା କରିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ବାରବାଡୋସର ବ୍ରିଜଟାଉନରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରବାଡୋସର ସରକାର ଏବଂ ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ସମ୍ମାନ ୧୪୦ କୋଟି ଭାରତୀୟ ଓ ଭାରତ ଏବଂ ବାରବାଡୋସ ମଧ୍ୟରେ ଘନିଷ୍ଠ ସମ୍ପର୍କ ପାଇଁ ଉତ୍ସର୍ଗୀକୃତ। ସେହିପରି ଏହି ପୁରସ୍କାର ଦୁଇ ଦେଶ ମଧ୍ୟରେ ସ୍ଥାୟୀ ବନ୍ଧୁତାର ପ୍ରତୀକ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ।
Comments are closed.