Latest Odisha News

BREAKING NEWS

ଦିଲ୍ଲୀର ବିକାଶ ପାଇଁ ପୂର୍ଣ୍ଣ ଉତ୍ସାହ ସହିତ କାମ କରିବେ ରେଖା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା । ଯାହାକୁ ନେଇ ରେଖାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ୍ସରେ ଏକ ପୋଷ୍ଟ ଜାରି କରି ମୋଦି ଲେଖିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ରେଖା ଗୁପ୍ତାଙ୍କୁ ଅଭିନନ୍ଦନ । ସେ ତୃଣମୂଳ ସ୍ତରରୁ ଉଠିଛନ୍ତି । କ୍ୟାମ୍ପସ ରାଜନୀତି, ରାଜ୍ୟ ସଂଗଠନ, ପୌର ପ୍ରଶାସନରେ ସକ୍ରିୟ ଅଛନ୍ତି ଏବଂ ବର୍ତ୍ତମାନ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଁ ନିଶ୍ଚିତ ଯେ ସେ ପୂର୍ଣ୍ଣ ଉତ୍ସାହର ସହିତ ଦିଲ୍ଲୀର ବିକାଶ ପାଇଁ କାମ କରିବେ । ତାଙ୍କର ଫଳପ୍ରଦ କାର୍ଯ୍ୟକାଳ ପାଇଁ ମୋର ଶୁଭକାମନା ବୋଲି ପୂରା ବିଶ୍ବାସର ସହ କହିଛନ୍ତି ମୋଦି ।

ତେବେ ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଦିଲ୍ଲୀର ଶାସନ ଭାର ସମ୍ଭାଳିଛନ୍ତି ରେଖା ଗୁପ୍ତା । ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଶପଥ ଗ୍ରହଣ କରିଛନ୍ତି । ଏଥିସହିତ କ୍ୟାବିନେଟ ମନ୍ତ୍ରୀ ଭାବେ ଆଶିଶ ସୁଦ, ମନଜିନ୍ଦର ସିଂ ଶୀର୍ଷା, ରବିନ୍ଦର ରାଜ୍, କପିଲ ମିଶ୍ରା, ପଙ୍କଜ କୁମାର ସିଂହ ସମେତ ଶପଥ ଗ୍ରହଣ କରିଛନ୍ତି ।

ଦିଲ୍ଲୀର ରାମଲୀଳା ମଇଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସମେତ ମନ୍ତ୍ରିପରିଷଦ ଅନ୍ୟ ସଦସ୍ୟ  ଏବଂ ଏନ୍‌ଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ।

Comments are closed.