Latest Odisha News

BREAKING NEWS

ସୁନ୍ଦରଗଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ: ଟାର୍ଗେଟରେ ବିଜେଡ଼ି ଓ କଂଗ୍ରେସ

ସୁନ୍ଦରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଓଡ଼ିଶାରେ ଦୁଇଟି ନିର୍ବାଚନୀ ସଭା ମଧ୍ୟରେ ସୁନ୍ଦରଗଡ଼ରେ ମୋଦୀ ଏକ ଜନସଭାକୁ ସମ୍ବୋଧିିତ କରିଛନ୍ତି । ବିଜେପି ପକ୍ଷରୁ ଆୟୋଜିତ ଏହି ନିର୍ବାଚନୀ ସଭାରେ ନରେନ୍ଦ୍ର ମୋଦୀ ଉଭୟ କଂଗେସ ଓ ବିଜେଡ଼ିକୁ ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ଠାରେ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି, ଏହି ନିର୍ବାଚନ ଦେଶ ଏବଂ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦେଶକୁ ମଜବୁତ ସରକାର ଦରକାର । ଓଡିଶା ଏବଂ କେନ୍ଦ୍ରରେ ଆଦିବାସୀ, ଦଳିତ ଆଦି ପରିବାର ପାଇଁ ଭାଇ ମାମୁ ଭଲି ସରକାର ଦରକାର ନାହିଁ । ଆପଣ କେନ୍ଦ୍ରରେ ୬୦ ବ୍ଷ ଧରି କଂଗ୍ରେସକୁ ଦେଖିଛନ୍ତି, ୧୯ ବର୍ଷ ଧରି ବିଜେଡି ସରକାର ଦେଖିଛନ୍ତି । ବିଜେପି ସରକାର ୫ ବର୍ଷ କେନ୍ଦ୍ରରେ ରହିଛି । ଆଜି ବିଜେପିର ପ୍ରତିଷ୍ଠା ଦିବସ । ୩୯ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱର ସବୁଠାରୁ ବଡ ରାଜନୈତିକ ସଂଗଠନ ଗଠନ ହୋଇଥିଲା । ଏହାକୁ ନେଇ ଦେଶବାସୀ ଗର୍ବ କରିଛନ୍ତି । ଏହା ବାହୁ ବଳରେ ଗଠିତ ହୋଇନାହିଁ । ଏହା କାହାର ବିଚାରଧାରର ଉଧାର ନୁହେଁ । ବିଜେପି ଦେଶର ଜନତାଙ୍କ ଆକାଂକ୍ଷାକୁ ନେଇ ସ୍ଥାପନା ହୋଇଛି ।

ଗତ ୫ ବର୍ଷରେ ଆମେ ଦେଶକୁ ଦେଖାଇଛୁ କି ଭାରତ ଏବେ ଆତଙ୍କବାଦୀଙ୍କୁ ଘରେ ପଶି ମାରୁଛି । ସରକାର ପୂର୍ବରୁ ଥିଲା କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ କଥା ଭାବୁ ନଥିଲେ । ଅନ୍ୟ ଦେଶର ସୀମାରେ ପଶି ବାୟୁସେନା ଆକ୍ରମଣ କରୁଥିଲେ । ଭାରତ ବଦଳୁଛି । ଦିନକୁ ଦିନ ମଜବୁତ ହେଉଛି । ଦେଶ ମଜବୁତ ହେବା ଆବଶ୍ୟକ । ମଜବୁତ ଓଡିଶା ପାଇଁ ପଦ୍ମ ଫୁଟିବା ଆବଶ୍ୟକା । ସମସ୍ତ ବିଧାନସଭାରେ ପଦ୍ମ ଫୁଟିବା ଉଚିତ । ଗୋଟିଏ ଦେଶର ମଜବୁତ ସରକାର ଚ୍ୟାଲେଂଜକୁ ହଟାଇପାରିବା ଗରିବୀକୁ ହଟାଇପାରିବ । ସରକାର ଏପରି ହେବା ଦରକାର ଯେ ସବକି ସାଥ ସବକି ବିକାଶ ଧାରାରେ ଚାଲିବ । କ୍ଷେତ୍ରକୁ ନେଇ ଭେଦଭାବ କରୁନଥିବା । ଓଡିଶାରେ ବିଜେଡି ଏପରି କରୁଛି । କଂଗ୍ରେସ ସାରା ପୂର୍ବ ଭାରତ ସହ ଭେଦଭାବ କରିଛି ।

ଓଡ଼ିଶାର ଶାସକ ବିଜେଡ଼ି ସରକାରକୁ ସମାଲୋଚନା କରି ମୋଦୀ କହିଛନ୍ତି, ବିଜେଡିର ନୀତି ଠିକ୍ ଥିଲେ କୃଷକଙ୍କୁ ଦେଢଗୁଣା ସମର୍ଥନ ମୂଲ୍ୟ ମିଳୁଥାନ୍ତା । ପ୍ରାୟ ୫୦ ଲକ୍ଷ କୃଷକଙ୍କ ଟଙ୍କା ରୋକାଯାଇ ନଥାନ୍ତା । ଆୟୁଷ୍ମାନ ଯୋଜନା ଲାଗୁ ହୋଇଥାନ୍ତା । ହସ୍ପିଟାଲର କାମ ମଧ୍ୟ ହୋଇଥାନ୍ତା । ଅଧିକ ଲୋକଙ୍କୁ ପକ୍କାଘର ମିଳିଥାନ୍ତା । ବିଜେପି ସରକାର ଥିଲେ ଏହା ୮ ଲକ୍ଷରୁ ଅଧି ହୋଇଥାନ୍ତା । କୋଇଲା ପ୍ରକଳ୍ପ ଅଟକି ନଥାନ୍ତା । ରାଜ୍ୟ ସରକାର କେନ୍ଦ୍ରର ଅର୍ଥ ଠିକସେ ଖର୍ଚ୍ଚ କରିପାରୁ ନାହାନ୍ତି । ରୟାଲଟି ଟଙ୍କା ବିନିଯୋଗ ହୋଇପାରୁନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ରୁ ଫେରି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଟାଉନର ରାମେଶ୍ୱର ଷ୍ଟାଡ଼ିୟମଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସଭାରେ ଯୋଗଦାନ କରିବେ ବୋଲି ପାର୍ଟି ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.