Latest Odisha News

BREAKING NEWS

ଓଡିଶାରେ ୧ମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ୬୦ ଲକ୍ଷ ଭୋଟର

ଭୁବନେଶ୍ୱର : ଓଡିଶାରେ ଏପ୍ରିଲ୍ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର୍ ମତଦାନ କରିବେ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୨୩୩ଟି ବୁଥରେ ପାଖାପାଖି ୨୯ ଲକ୍ଷ ୭୨ ହଜାର ୯୨୫ ଜଣ ପୁରୁଷ, ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ମହିଳା ଏବଂ ୫୬୦ ଜଣ କିନ୍ନର ଭୋଟର ମତଦାନ କରିବେ ।

ଏପ୍ରିଲ୍ ୧୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନୀମଣ୍ଡଳରେ ଭୋଟ୍ ଗ୍ରହଣ ହେବ ।

ଆହୁରି ମଧ୍ୟ ୪ଟି ଲୋକସଭା ଆସନ ଲାଗି ୨୬ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏତତବ୍ୟତିତ ୨୮ଟି ବିଧାନସଭା ଆସନରେ ୧୯୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ମହିଳା ରହିଛନ୍ତି ।

ଜାଣନ୍ତୁ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-

୧. କଳାହାଣ୍ଡି (ଲୋକସଭା)-(ସାଧାରଣ)
ନିର୍ବାଚନମଣ୍ଡଳୀ: ନୂଆପଡା (ସାଧାରଣ), ଖରିଆର (ସାଧାରଣ), ଲାଞ୍ଜିଗଡ(ଏସଟି), ଜୁନାଗଡ (ସାଧାରଣ), ଧର୍ମଗଡ (ସାଧାରଣ), ଭବାନୀପାଟଣା(ଏସସି), ନରଲା (ସାଧାରଣ) ।

୨. ନବରଙ୍ଗପୁର (ଲୋକସଭା)- (ଏସଟି)
ନିର୍ବାଚନମଣ୍ଡଳୀ: ଉମରକୋଟ (ଏସଟି), ଝରିଗାଁ (ଏସଟି), ନବରଙ୍ଗପୁର (ଏସଟି), ଡାବୁଗାଁ (ଏସଟି), କୋଟପାଡ (ଏସଟି), ମାଲକାନଗିରି (ଏସଟି) ଏବଂ ଚିତ୍ରକୋଣ୍ଡା (ଏସଟି) ।

୩. ବ୍ରହ୍ମପୁର (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ଛତ୍ରପୁର (ଏସସି), ଗୋପାଳପୁର (ସାଧାରଣ), ବ୍ରହ୍ମପୁର (ସାଧାରଣ), ଦିଗପହଣ୍ଡି (ସାଧାରଣ), ଚିକିଟି (ସାଧାରଣ), ମୋହନି (ଏସଟି) ଏବଂ ପାରଳାଖେମୁଣ୍ଡି (ସାଧାରଣ) ।

୪. କୋରାପୁଟ (ଲୋକସଭା)- (ଏସଟି)
ନିର୍ବାଚନମଣ୍ଡଳୀ: ଗୁଣୁପୁର (ଏସଟି), ବିଷମକଟକ (ଏସଟି), ରାୟଗଡା (ଏସଟି), ଲକ୍ଷ୍ମୀପୁର (ଏସଟି), ଜୟପୁର (ସାଧାରଣ), କୋରାପୁଟ (ଏସସି) ଏବଂ ପଟ୍ଟାଙ୍ଗୀ (ଏସଟି) ।

Leave A Reply

Your email address will not be published.