ନୂଆଦିଲ୍ଲୀ: ବିହାର ପରେ ଏବେ ଉତ୍ତରାଖଣ୍ଡବାସୀଙ୍କୁ ମିଳିଲା ବଡ ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନମାମୀ ଗଙ୍ଗେ ମିଶନର ଲୋକାର୍ପଣ କରିଛନ୍ତି । ଏହା ସହ ସେ ୬ଟି ମେଗା ପ୍ରୋଜେକ୍ଟ ମଧ୍ୟ ଲୋକାର୍ପଣ କରିଛନ୍ତି। ପିଏମ ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଧ୍ୟ ସାମିଲ ହୋଇଥିଲେ । ଏହା ସହ କ୍ୟାବିନେଟ୍ ମନ୍ତ୍ରୀ ସତପାଲ ମହାରାଜ ଓ ମଦନ କୌଶିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ତରିକାରେ ଯୋଡି ହୋଇଥିଲେ ।
ଏହି ଯୋଜନାରେ ଜଳ ନିଷ୍କାସନ ପ୍ଲାଣ୍ଟ୍ ସାମିଲ ଅଛି। ଏହା ସହ ଏକ ମ୍ୟୁଜିୟମକଚ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି ମ୍ୟୁଜିୟମ ହରିଦ୍ବାର ଗଙ୍ଗା କୂଳରୁ ଚାନ୍ଦିନୀ ଘାଟରେ ଅବସ୍ଥିତ। ତେବେ ନମାମୀ ଗଙ୍ଗା ମିଶନ ବାବଦରେ ମୋଦି ତାଙ୍କ ଟ୍ବିଟ୍ ପେଜରେ ପୂର୍ବରୁ ସୂଚନା ଦେଇଥିଲେ। ହରିଦ୍ବାରା, ଋଷିକେଶ ଓ ବଦ୍ରୀନାଥ ସମେତ କିଛି ସହରର ୬ଟି ବଡ ଯୋଜନାକୁ ଉଦଘାଟନ କରାଯାଇଛି।
Comments are closed.