Latest Odisha News

BREAKING NEWS

ଦେଶରେ ୮୩ % ଛୁଇଁଲା ସୁସ୍ଥତା ହାର

ନୂଆଦିଲ୍ଲୀ : କ୍ରମାଗତ ଭାବରେ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି ।

କରୋନା ଆରୋଗ୍ୟ ହାରରେ ଭାରତ ୮୩ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୦,୫୮୯ ରହିଥିବା ବେଳେ ୮୪,୮୭୭ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୦୧,୩୯୭ ଛୁଇଁଛି ।

ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟରେ ସୁସ୍ଥତା ହାର ୭୩ % ରହିଛି ।

୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅରୋଗ୍ୟଙ୍କ ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି ।

ତେବେ ଆରୋଗ୍ୟଙ୍କ ହାରରେ ଅନ୍ୟ ଦେଶ ଗୁଡିକ ଅପେକ୍ଷା ଭାରତ ଶୀର୍ଷରେ ରହିଛି।

Leave A Reply

Your email address will not be published.